ରାଜଗାଙ୍ଗପୁର -ଶୁକ୍ରବାର ଦିନ ରାଷ୍ଟ୍ରୀୟ ବିଦ୍ୟାଳୟ ପରିସରରେ ସହିଦ ପ୍ରଦୀପ ପଣ୍ଡା ଙ୍କ ପ୍ରତି ତ୍ମର୍ତ୍ତୀ ଅନାବରଣ କାର୍ଯକ୍ରମ ହୋଇ ଯାଇଛି।
ଭୁବନେଶ୍ୱର ସିଆରପିଏଫ ଡିଆଇଜି ରାମ ଚରିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଅନାବରଣ କରିଥିଲେ।
ନିଜର ମତାମତ ପ୍ରକାଶ କରି କହିଛନ୍ତି ଯେ ସହିଦ ପ୍ରଦୀପ ପଣ୍ଡା ଏକ ସାହସୀ ଯୋଦ୍ଧା ଥିଲେ।
ତାଙ୍କ ଭଲି ସହିଦ ଵିରଳ ଯାହାକୁ କୀର୍ତ୍ତଚକ୍ରରେ ସମ୍ମାନିତ କରାଯାଇଛି।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ରେଞ୍ଜର କମାଣେଣ୍ଟ ଦୟାନିଧି ତନ୍ତୀ ,୧୯ଵାଟାଲିଆନ ରାଉରକେଲା କମାଣେଣ୍ଟ ରାଜେଶ କୁମାର, ରାଜଗାଙ୍ଗପୁର ପୂର୍ବ ବିଧାୟକ ମଙ୍ଗଳା କିଶାନ, ସହିଦ ପ୍ରଦୀପ ପଣ୍ଡା ଙ୍କ ପତ୍ନୀ ମିନତି ପଣ୍ଡା, ସମାଜସେବୀ କମଲ ଅଗ୍ରୱାଲ,ଓଡ଼ିଶା ରାଜ୍ୟ ର ବିଜେଡି ଅଳ୍ପ ସଂଖ୍ୟକ ସମୂଦାଯ ର ରାଜ୍ୟ ସଚିବ ସୋଏବ ଆଲମ,ଡାଳମିଯା ସିମେଣ୍ଟ ର ଅଧିକାରୀ ଆଶିଷ ଖିଲାନୀ, ଅଶୋକ ଦାସ, ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସହଯୋଗ କରିଥିଲେ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବିଶେଷ କାର୍ଯକ୍ରମ ରେ ସହିଦ ପ୍ରଦୀପ ପଣ୍ଡା ଙ୍କ ପତ୍ନୀ ମିନତି ପଣ୍ଡା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ କୀର୍ତ୍ତି ଚକ୍ର ଗ୍ରହଣ କରିଥିଲେ।
ଏହି ଅବସରରେ ଅନ୍ୟ ଅତିଥିମାନେ ସହିଦ ପ୍ରଦୀପ ପଣ୍ଡା ଙ୍କ ପ୍ରତି ତ୍ମର୍ତ୍ତୀ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ରେ ମୁଖ୍ୟ ଅତିଥି ସ୍କୁଲ ପରିସରରେ ଚାରାଗଛ ରୋପଣ କରିଥିଲେ।
ଏହି ଅବସରରେ ରେ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ,ଶଷଯିତ୍ରୀ ଛାତ୍ରଛାତ୍ରୀ ସହିତ ସହର ର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।