-
ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍’ ଦର୍ଶନରେ ବିଶ୍ୱାସ କରେ : କୁଳଦୀପ୍ ଚନ୍ଦ୍ ଅଗ୍ନିହୋତ୍ରୀ
ଦୀନଦୟାଲଙ୍କ ବିଚାରରେ ମଣିଷର ଲକ୍ଷ୍ୟକୁ ଚିହ୍ନିବାର ମାପକ କ’ଣ ହୋଇପାରେବୋଲି ପ୍ରଶ୍ନ କରିବା ସହ ପାଶ୍ଚାତ୍ୟର ପରିମାପକ ସହ ଭାରତୀୟ ପରିମାପକ ଆଦୈା ସମକ୍ଷକ ନୁହେଁ ବୋଲି ଶ୍ରୀ ଅଗ୍ନିହୋତ୍ରି କହିଛନ୍ତି । ପ୍ରତ୍ୟେକ ମଣିଷ ସୁଖି ହେବାର ଲକ୍ଷ୍ୟ ନେଇ ଚଳଚଂଚଳ ହେଉଥିବା ବେଳେ ସୁଖର ଅବଧାରଣା ପ୍ରତ୍ୟେକଙ୍କ ନିକଟରେ ଭିନ୍ନ ଭିନ୍ନ । ମଣିଷ ଜୀବନର ଲକ୍ଷ୍ୟ- ଧର୍ମ, ଅର୍ଥ କାମ ଓ ମୋକ୍ଷ । ତାଙ୍କ ବିଚାର ଥିଲା ଅର୍ଥ ଓ କାମନାର ସାଧନା କରିବା ଉଚିତ୍ । ଏହି ଦୁଇ ପ୍ରକାରର ପ୍ରବୃତ୍ତି ମଧ୍ୟରେ ଧର୍ମର ନିୟନ୍ତ୍ରଣ ରହିବା ଉଚିତ୍ । ଜୀବନର ଅନ୍ତିମ ଲକ୍ଷ୍ୟ ହେଉଛି ମୋକ୍ଷ ପ୍ରାପ୍ତି । ସେ ଏଠାରେ ମୋକ୍ଷ ଉଦେଶ୍ୟରେ କହିବାକୁ ଯାଇ ପ୍ରଖ୍ୟାତ ସମାଜ ସୁଧାରକ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କର ଉଦାହରଣ ରୂପେ ନେଇଥିଲେ ଏବଂ କହିଲେ ଯେ ବାବାସାହେବ ତାଙ୍କ ପୁସ୍ତକ ଈଷଙ୍କୟଷବ ବଦ୍ଭୟ ଊଷବକ୍ସଜ୍ଞବ ପୁସ୍ତିକାରେ ଅତି ସରଳ ଓ ସହଜ ଭାବେ ଏବିଷୟକୁ ଉପସ୍ଥାପନ କରି ସମାଜ ନିକଟରେ ରଖିଛନ୍ତି । ଯାହାକୁ କି ଦୀନଦୟାଲ ଏକା ଭାବେ ନିଜ ପ୍ରଣୀତ ଦର୍ଶନରେ ଉପସ୍ଥାପନ କରିଛନ୍ତି । ବିଶ୍ୱର ଅନ୍ୟ ସମସ୍ତ ମତବାଦ ଭୋଗ ପ୍ରଧାନ ହୋଇଥିବାବେଳେ କେବଳ ଭାରତୀୟ ଦର୍ଶନ ଏ ପୃଥିବୀକୁ ଆବଶ୍ୟକ ଅନୁସାରେ ଏହାକୁ ଦୋହନ କରିବାରେ ବିଶ୍ୱାସ କରେ । ଶୋଷଣ ଭାରତୀୟ ଦର୍ଶନର ମୂଳଭୂତ ବିଚାର ନୁହେଁ । ସେଥିପାଇଁ ପାଶ୍ଚାତ୍ୟ ଦର୍ଶନ ସାରା ବିଶ୍ୱ ଗୋଟିଏ ‘ବଜାର’ କହୁଥିବାବେଳେ ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍’ ଦର୍ଶନରେ ବିଶ୍ୱାସ କରେ । ଅନ୍ୟ ସମସ୍ତ ବିଚାର ପ୍ରକୃତି ସହିତ ଲଢିବା ଶୋଷଣ କରିବା ଉପରେ ବିଶ୍ୱାସ ରଖୁଥିବାବେଳେ ଭାରତୀୟ ଦର୍ଶନ ପ୍ରକୃତି ସହିତ ସମନ୍ୱୟର ବାର୍ତା ଦେଇଛି । ଦୀନଦୟାଲ ବିଚାର ହେଉଛି ବ୍ୟକ୍ତି, ସମଷ୍ଟି, ସମାଜ ଓ ପରମେଷ୍ଟୀ ସମସ୍ତେ ଅଙ୍ଗାଙ୍ଗୀ ଜଡିତ । ଧର୍ମ ଓ ରିଲିଜିଅନ୍ ଏକ ନୁହେଁ, ଧର୍ମ ଅର୍ଥ ପ୍ରତ୍ୟେକ ବ୍ୟକ୍ତି ଯେଉଁ ଦାୟତ୍ୱରେ ରହିଛି ତାକୁ ପାଳନ କରିବା । ଯଥା ପୁତ୍ରଧର୍ମ, ପିତା ଧର୍ମ, ଓକିଲ ଧର୍ମ, କ୍ରେତା ଧର୍ମ, ବିକ୍ରେତା ଧର୍ମ, ଏ ସମସ୍ତ ଧର୍ମର ଅଂଶ ବିଶେଷ ଅଟନ୍ତି । ପୂଜାପାଠ, ଦାନଧର୍ମ, ତିତିକ୍ଷା ଏସମସ୍ତ ଉପାସନାର ଏକ ଅଂଶ ବିଶେଷ ମାତ୍ର । ପ୍ରଗତୀର ମୂଳମନ୍ତ୍ର ସର୍ବସମାବେଶୀ ହେବା । ଏକୁଟିଆ ଜଣେ କିଭଳି ପ୍ରଗତିଶୀଳ ହୋଇପାରିବ ? ଆତ୍ମନିର୍ଭର ଭାରତକୁ ଏକାତ୍ମ ମାନବ ଦର୍ଶନ ସହିତ ସମ୍ପର୍କୀତ ହେବା ଅର୍ଥ ଆମକୁ ନିଜେ ନିଜ ଭିତରେ ଆତ୍ମବିଶ୍ୱାସ ନେବାକୁ ପଡିବ କି ଆମେ ନିଜେ ସବୁ ସମସ୍ୟାର ସମାଧାନ କରିବାର ସଂକଳ୍ପ ନେବା । ହୀନ ଭାବନାରୁ ଉପରକୁ ଉଠି ଆମେ କାହିଁକି ଏବିଷୟକୁ ନକରି ପାରିବା ଏଭଳି ସଂକଳ୍ପ ନେବା । ତେଣୁ ସେ ହୀନଭବନାରୁ ଉପରୁ ଉଠି ଆମେ ଏବେ ଆତ୍ମ ସଂକଳ୍ପ ନେଲୁ ପରବର୍ତି ସମୟରେ କୋଭିଡ୍ ପାଇଁ ଟିକା ପ୍ରସ୍ତୁତ କରିପାରିଛୁ ବୋଲି ଶ୍ରୀ ଅଗ୍ନିହୋତ୍ରୀ ଏହି ଅବସରରେ କହିଛନ୍ତି ।
ଏହି ଆଲୋଚନା ଚକ୍ରରେ ଉପସ୍ଥିତ ରହି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀ ଉଦ୍ଘୋଷ ଦେଇଛନ୍ତି ‘ଆତ୍ମ ନିର୍ଭର ଭାରତ’ । ଏହାର ଅର୍ଥ ସ୍ୱାସ୍ଥ୍ୟସେବା ହେଉ ଅବା କୃଷି ଆମେ ସବୁଥିରେ ସ୍ୱୟଂସଂପୂର୍ଣ୍ଣ ହେବା କାହାରି ଉପରେ ଦୀର୍ଘଦିନ ନିର୍ଭର କରିବା ନାହିଁ । ଏହି ଆଲୋଚନା ଚକ୍ରରେ ନେତା ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ । କାର୍ଯ୍ୟକ୍ରମର ସଂଚାଳନ ବୁଦ୍ଧିଜୀବୀ ସେଲର ଆବାହକ ଶ୍ରୀ ସୁଦର୍ଶନ ନାୟକ କରିଥିବାବେଳେ, ରାଜ୍ୟ ବୁଦ୍ଧିଜୀବୀ ସେଲର ସହ ଆବାହକ ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରୁ ଆସିଥିବା ଶତାଧିକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । କୋଭିଡ୍ ନିୟମ ପାଳନ କରି ସମସ୍ତେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପନ୍ନ କରିବାରେ ସହଯୋଗ କରିଥିଲେ ।