ମାଲକାନଗିରି– ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲାର ତଦନ୍ତ ତଥା ତଥ୍ୟ ସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲାରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ଜଣେ ଡିଏସପିଙ୍କ ସମେତ ଦୁଇ ଜଣ ଇନସପେକ୍ଟର ପହଞ୍ଚି ପ୍ରଥମେ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ଘରକୁ ଯାଇ ପତ୍ନୀ ବନଜା ପଣ୍ଡାଙ୍କୁ ପଚରାଉଚରା କରିଥିଲେ । ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ପତ୍ନୀ ବଜନା ପଣ୍ଡା ଗଣମାଧ୍ୟମ ଆଗରେ ସେସବୁର ବିବରଣୀ ରଖିଥିଲେ । ବନଜା ପଣ୍ଡାଙ୍କ ଅଭିଯୋଗ ହେଲା, ପୁଣି ଜଣେ ଡିଏସପି ରେଙ୍କର ପୁଲିସ ଏହି ଘଟଣାର ତଦନ୍ତ କରିବା କେତେ ଯୁକ୍ତିଯୁକ୍ତ । ଜଣେ ଆଇପିଏସ ଏବଂ ଜଣେ ଆଇଏଏସଙ୍କୁ ଏମାନେ କିପରି ଜେରା କରିବେ ବୋଲି ସେ ପ୍ରଶ୍ନ କରିଥିଲେ । ଜିଲ୍ଲାପାଳ ଏବଂ ତାଙ୍କର ସହଯୋଗୀମାନେ ମୋ ସ୍ବାମୀକୁ ହତ୍ୟା କରିଛନ୍ତି । ତେଣୁ ଏହାର ତଦନ୍ତ ହେବା ଦରକାର । ପ୍ରଥମେ ମାଲକାନଗିରିରେ ଏସଅ।ଇଟି ଗଠନ କରି ଜଣେ ଡିଏସପି ହିଁ ତଦନ୍ତ ଆରମ୍ଭ କରିଥିଲେ । ସେ ପ୍ରଥମରୁ ପୁଣି ଏହି ଘଟଣାର ଖୋଳତାଡ ଆରମ୍ଭ କରିଥିବା ବେଳେ ଆଜି ପୁଣି କ୍ରାଇମବ୍ରାଞ୍ଚର ଜଣେ ଜିଏସପି ରାଙ୍କର ଅଧିକାରୀ ଆସି ଏହି ଘଟଣାର ପ୍ରାଥମିକ ଯାଞ୍ଚ ଆରମ୍ଭ କରିଛନ୍ତି । କେତେ ଥର ଏଭଳି ପ୍ରଥମରୁ ତନନ୍ତ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଜଣେ ଡିଆଇଜି ସ୍ତରୀୟ ଅଫିସର ଯଦି ଏହି ଘଟଣାର ତଦନ୍ତ କରିଥାନ୍ତେ ତେବେ ଏହାର ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ବୋଲି ବନଜା ପଣ୍ଡା କହିଛନ୍ତି । ନଚେତ ସିବିଆଇକୁ ଏହି କେଶ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି । ମୋ ସ୍ବାମୀ ଆତ୍ମହତ୍ୟା କରିନାହାନ୍ତି ବୋଲି ପତ୍ନୀ ଦୃଢୋକ୍ତି ପ୍ରକାଶ କରି ପୁଲିସ ଉପରେ ଗର୍ଜିଛନ୍ତି । ପୁଲିସ ବାରମ୍ବାର ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛି । ଯେତେଥର ବି ତଦନ୍ତ ଆରମ୍ଭ ହୋଇଛି ପ୍ରଥମରୁ ହିଁ ଆତ୍ମହତ୍ୟା ଘଟଣା ସମ୍ପର୍କରେ କୁହନ୍ତୁ ବୋଲି ପଚରାଯାଉଛି । ମୋ ସ୍ବାମୀକୁ ହତ୍ୟା କରିବା ସମୟରେ ସମସ୍ତେ ଦେଖିଛନ୍ତି । କିନ୍ତୁ, ଜଣେ ଜିଲ୍ଲାପାଳଙ୍କ ବିରୋଧରେ କେହି ମୁହଁ ଖୋଲୁନଥିବା ବନଜା ପଣ୍ଡା ଅଭିଯୋଗ କରିଛନ୍ତି । ତେଣୁ ଏହାର ତଦନ୍ତ ଜଣେ ଉଚ୍ଚପଦାଧିକାରୀ କରନ୍ତୁ ବୋଲି ଦାବି ହୋଇଛି ।