ଭୁବନେଶ୍ୱର – କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଙ୍କଜ ପଟେଲଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ମୋ ସରକାର କାର୍ଯ୍ୟକ୍ରମ ଠିକ୍ ଭାବେ କାର୍ଯ୍ୟକାରୀ ନହେବା ନେଇ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଜଣେ ମହିଳା ଡାକ୍ତର ଡ୍ୟୁଟି ସମୟରେ ମୋବାଇଲ୍ ରେ ଗେମ୍ ଖେଳୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବ ଶ୍ରୀ ପାଣ୍ଡିଆନ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିବା ବେଳେ ଏସବୁ ବାବଦରେ ଉପଲବ୍ଧି କରିବା ସହ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Related Stories
November 23, 2024