ମାଲକାନଗିରି -ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ନାମକୋଣ୍ଡା ଗ୍ରାମରେ ବଜ୍ରକାପ୍ତା ରଖିଥିବା ସଂପର୍କରେ ଭୁବନେଶ୍ବର ପିସିସିଏଫ କାର୍ଯ୍ଯାଳୟରୁ ସୂଚନା ପାଇ ଗତ ୨୮ ତାରିଖ ରାତି ୧୧ଟା ସମୟରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୧୬ ଜଣ ବନ କର୍ମଚାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଗ୍ରାମବାସୀମାନଙ୍କ ଆକ୍ରମଣର ଶିକାର ହୋଇ ଥିଲେ!ଏଥିରେ ବନାଞ୍ଚଳ ଅଧିକାରୀଙ୍କ ସମେତ କିଛି ବନ କର୍ମଚାରୀମାନେ ଆହାତ ହୋଇଥଲେ । ଗତ ୨୯ ତାରିଖ ଦିନ ଗାଁ ଲୋକମାନେ ଏକତ୍ରିତ ହୋଇ ଆଲୋଚନା କରୁଥିବା ବେଳେ ବନ କର୍ମଚାରୀମାନେ ନାମକୋଣ୍ଡାରେ ପହଞ୍ଚି ୩ ଜଣଙ୍କୁ ଉଠାଇ ଆଣିଥିବା ବେଳେ ସୂଚନା ପାଇ ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ନାମକୋଣ୍ଡା ଗ୍ରାମ ଠାରୁ କିଛି ଦୂରରେ ଏକ ଧାନ ଖଳା ରହିଥିବା ବେଳେ ସେଠାରେ ଥିବl ଏକ କାଠ ଗଣ୍ଡିର କୋରଡ ମଧ୍ଯରେ ବଜ୍ରକାପ୍ତାକୁ ରଖି ସବୁ ଦିନ ରାତିରେ ପ୍ରାୟ ୧୫/୨୦ ଜଣ ବଜ୍ରକାପ୍ତାକୁ ଜଗିରହୁଥିଲେ !ବନକର୍ମଚାରୀମାନେ ଉକ୍ତଧାନ ଖଳାରେ ପହଞ୍ଚ ବଜ୍ରକାପ୍ତାକୁ ଠାବ କରି ଉଦ୍ଧାର କରି କିଛି ଦୂର ରାସ୍ତା ଅତିକ୍ରମ କଲା ପରେ ପାଖରେ ଶୋଇଥିବା ଲୋକମାନେ ଉଠି ବନ କର୍ମଚାରୀମାନଙ୍କୁ ଘେରାଉ କରି ବଜ୍ରକାପ୍ତାକୁ ଛଡାଇ ନେବା ସହ ପଥର ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ ।ପାଟିତୁଣ୍ଡ ଶୁଣି ଗାଁ ଲୋକମାନେ ଏକତ୍ରିତ ହୋଇ ଆକ୍ରମଣ କରିବା ଫଳରେ ପଥର ମାଡରେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ଡ୍ରାଇଭର ସୁରେନ୍ଦ୍ର ଭୂମିଆଙ୍କ ଦୁଇ ହାତକୁ ଠେଙ୍ଗାରେ ପ୍ରହାର କରିବା ଯୋଗୁଁ ହାତ ଦୁଇଟି କ୍ଷତାକ୍ତ ହୋଇଥିବା ଜଣା ପଡିଛି !ଅନ୍ଯମାନଙ୍କ ମଧ୍ଯରେ ଫରେଷ୍ଟର ମୂରଲୀଧର ଅନଗୁଳିଆ, ମୋହନ ଗୁଡିଆ,ରାଜେଶ କୁମାର ସେଠୀ,ଫରେଷ୍ଟ ଗାର୍ଡ ଅର୍ଜୁନ ବଟେ, ସଚିଦାନନ୍ଦ ଜେନା,ଗୁପ୍ତ ଚନ୍ଦ୍ର ଦୂର ପଥର ଏବଂ ଠେଙ୍ଗା ମାଡରେ ଆହାତ ହୋଇଥିଲେ । ଏ ସଂପର୍କରେ ଗତ ଶନିବାର ଦିନ ସ୍ଥାନୀୟ ମାଲକାନଗିରି ଥାନାରେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ନାମକୋଣ୍ଡା ଗ୍ରାମର ୧୩ ଜଣଙ୍କ ନାମରେ ଏତଲା ଦେବା ସହ ୩ ଜଣଙ୍କ ଆକ୍ରମଣକାରୀଙ୍କୁ ଥାନାକୁ ହସ୍ତାନ୍ତର କରିଥିଲେ । ଥାନାକୁ ହସ୍ତାନ୍ତର କରାଯାଇଥିବା ୩ ଜଣ ହେଲେ ଆଇତା ସୋଡି, ମାୟା କବାସି ,ଓ ବିଜୟ ସୋଡି। ସେହିପରି ଆକ୍ରମଣକାରୀମାନେ ହେଲେ ଦେବା କବାସୀ,କୋନା କବାସୀ,ମୋୟା କୁଞ୍ଜାମୀ,ସୋମା ମାଡି,ମୋୟା ମାଡକାମୀ,ବାଣ୍ଡି ସୋଡି,ସୋମା କବାସୀ ଆଡମା ସୋଡି,ଗଙ୍ଗା ମାଡକାମୀ,କୁଞ୍ଜା ମାଡି,ଦେବା ମାଡି,ରାଜା ମାଡି ଏବଂ ଗଙ୍ଗା ପଡିଆମୀ । ଏମାନଙ୍କୁ ଧରିବା ପାଇଁ ମାଲକାନଗିରି ଥାନା ପୋଲିସ ଲାଗି ଜାଲ ବିଛାଇଥିବା ଜଣା ପଡିଛି । ଗିରଫ ଭୟରେ ବର୍ତ୍ତମା ନ ଗାଁରେ ପୁରୁଷ ଶୂନ୍ଯ ହୋଇଥିବା ସୂଚନା ମିଳିଛିବ!