ମୁୁମ୍ବାଇ – ଜାମ୍ମୁ କାଶ୍ମୀର, ଲଦାଖ କେବଳ ଭୂମି ନୁହେଁ ବରଂ ଭାରତର ମସ୍ତକ ବୋଲି ରବିବାର ଦିନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ରର ଜଲଗାଁଓ ଠାରେ ଏକ ସଭାରେ ଉଦବୋଧନ ଦେଇ ଶ୍ରୀ ମୋଦୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ୭୦ ବର୍ଷ ପରେ କାଶ୍ମୀରକୁ ସ୍ୱାଧୀନତା ମିଳିଛି । ହେଲେ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏହାକୁ ବିରୋଧ କରୁଛନ୍ତି । ସେମାନେ ଏଥିରେ ଖୁସି ନୁହନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ସଡକ ଠାରୁ ଆରମ୍ଭ କରି ପାଠପଢା, ଔଷଧ ଯାଏ ସବୁ କ୍ଷେତ୍ରରେ କାମ କରୁଛନ୍ତି । ମହାରାଷ୍ଟ୍ରରେ ଚାଲୁଥିବା ବିକାଶ କାମକୁ ଜାରୀ ରଖିବାକୁ ସେ ବିଜେପି ମେଂଟର ପ୍ରାର୍ଥୀ ମାନଙ୍କୁ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ରରେ ପୁଣି ଥରେ ସଂଖ୍ୟା ଗରିÂତା ପାଇ ସରକାର ଆସିଲା ପରେ ବିକାଶ କାମ ପାଇଁ ବିଦେଶରେ ଭାରତକୁ ସମ୍ମାନ ମିଳୁଛି ।
ସେ କହିଛନ୍ତି ଏହା ଦେଶର ଦୁର୍ଭାଗ୍ୟ ଯେ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସର ନେତା ମାନେ ଶତ୍ରୁ ଦେଶର ଭାଷା କହୁଛନ୍ତି ।