

ଭୁବନେଶ୍ୱର – ସଂସଦରେ ସର୍ବପ୍ରଥମେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ମହିଳା ଆରକ୍ଷଣ ବିଧ୍ୟେୟକ ରାଜ୍ୟ ସଭାରେ କଂଗ୍ରେସ ଦଳ ପାରିତ କରିଥିବା ବେଳେ ଲୋଭସଭାରେ ସଂଖ୍ୟା ଗରିଷ୍ଠତାର ଅଭାବ ଯୋଗୁଁ ଏହା ପାରିତ ହୋଇପାରିନଥିଲା । ମାତ୍ର ବିଜେପି ନେତୃତ୍ୱ ମୋଦୀ ପ୍ରଧାନମନ୍ତ୍ରୀ ୨ଥର ନିର୍ବାଚିତ ହେଲା ପରେ ମଧ୍ୟ ଏଯାବତ ବିଧେୟକ ପାରିତ ନହେବା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ । ବିଜୁ ଜନତା ଦଳର ସଂସଦୀୟ ନେତା ଭାବରେ ପୁରୀ ସାଂସଦ ପିନାକୀ ମିଶ୍ର ବିଳମ୍ବରେ ହେଲେ ବି ମହିଳା ଆରକ୍ଷଣ ବିଧେୟକ ପାରିତ କରିବା ପାଇଁ ବିଜେପିକୁ ନିଶାନ କରିବାର ଆନ୍ତରିକତା କେତେ ଏହା ସମୟ କହିବ ବୋଲି ପ୍ରଦେଶ ମହିଳା କଂଗ୍ରେସ କମିଟିର ସଭାପତି ବନ୍ଦିତା ପରିଡ଼ା ମତବ୍ୟକ୍ତ କରିଛନ୍ତି । ଯଦି ନବୀନ ବାବୁଙ୍କର ଆନ୍ତରିକତା ଥାଏ ଚଳିତ ସଂସଦ ଅଧିବେଶନରେ ନିଜର କଡ଼ା ଆଭିମୁଖ୍ୟକୁ ପ୍ରକାଶ କରିବାକୁ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ପରିଡ଼ା ଦାବୀ କରିଛନ୍ତି ।