-
ଓଡ଼ିଶା ସପକ୍ଷରେ ଯିବ ଟ୍ରିବ୍ୟୁନାଲଙ୍କ ରାୟ : ମନ୍ତ୍ରୀ ପଦ୍ମନାଭ ବେହେରା
ଭୁବନେଶ୍ୱର – ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ କ’ଣ ହେଉଛି, କେହି ଜାଣିପାରୁ ନାହାନ୍ତି । ଇତିମଧ୍ୟରେ ଟ୍ରିବ୍ୟୁନାଲକୁ ୩ ବର୍ଷ ପୁରିଛି । ରାଜ୍ୟ ସରକାର ସେଠାରେ ତଥ୍ୟ ଉପସ୍ଥାପନ କରିପାରୁ ନାହାନ୍ତି କିମ୍ବା ଲଢ଼େଇ କରିପାରୁ ନାହାନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶା ସପକ୍ଷରେ ଯିବ । ଓଡ଼ିଶାକୁ ତାର ହକର ପାଣି ମିଳିବ ବୋଲି ସେ ଦୃଢୋକ୍ତି କରିଛନ୍ତି ।
ସେ କହିଛନ୍ତି, ମହାନଦୀ ପାଇଁ ସ୍ୱର ଉତୋଳନ କରୁଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂସ୍ଥା ଏବେ ଚୁପ କାହିଁକି? ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ ପ୍ରକଳ୍ପ କୁଆଡ଼େ ଗଲା? ଇବ୍ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡରେ ଥିବା ଉପନଦୀରେ ମଧ୍ୟ ୧୨ ପ୍ରକଳ୍ପ ହୋଇପାରୁନି । ବର୍ତମାନ ସଂସଦରେ ମହାନଦୀ ପ୍ରସଙ୍ଗ ଉଠାଇବା ଜରୁରୀ ହୋଇଛି । ମହାନଦୀର ସ୍ଥିତି ଉପରେ ସରକାର ତୁରନ୍ତ ସାଧାରଣ ଲୋକଙ୍କୁ ଅବଗତ କରାନ୍ତୁ । ଏବେ ଠାରୁ ରାଜ୍ୟରେ ମହାନଦୀ ଓ ଶାଖାନଦୀ ଶୁଖିଲାଣି । ଭୟଙ୍କର ଜଳସଙ୍କଟ ଭିତରକୁ ଓଡ଼ିଶା ଯାଉଛି । ଆଗକୁ ପରିସ୍ଥିତି ଆହୁରି ଭୟାନକ ହେବ ।
ଅନ୍ୟପକ୍ଷରେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବ ଦଳ । ମହାନଦୀ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡ଼କାନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଉଭୟ ବିଜେପି ଓ ବିଜେଡ଼ି ରାଜ୍ୟର ସ୍ୱାର୍ଥକୁ ଅଣଦେଖାକରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ବାହିନୀପତି ।