

ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂହଚାୟସ୍ଥ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଧାନଶିକ୍ଷକ ସୁଦର୍ଶନ ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଚାନ୍ଦପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରସୁଲପୁର ବ୍ଲକ ମଣ୍ଡଳ ଶିକ୍ଷାଅଧିକାରୀ ଶାନ୍ତନୁ କୁମାର କର, ମୁଖ୍ୟବକ୍ତା ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭିକାରୀ ଚରଣ କବି,ସମ୍ମାନୀତ ଅତିଥି ବନ୍ଧଡିହ କ୍ଲଷ୍ଟର ସିଆରସିସି ଦେବରାଜ ମିଶ୍ର,ରସୁଲପୁର ପ୍ରାଥମିକ ଶିକ୍ଷକ ସଂଗଠନର ସଭାପତି ବିଜୟ କୁମାର ଷଡଙ୍ଗୀ,ପୂର୍ବତନ ସିଆରସିସି ପ୍ରତାପରୁଦ୍ର ପଣ୍ଡା,ରସୁଲପୁର ଶିକ୍ଷକ ସଂଘ ସମ୍ପାଦକ ମହେନ୍ଦ୍ର କୁମାର ମଲ୍ଲିକ,ପ୍ରାକ୍ତନଶିକ୍ଷାବିତ ଆଲାଉଦ୍ଧିନ ଖାଁ,ଶ୍ୟାମସୁନ୍ଦର ପାଢୀ,କବି ବିଶ୍ୱନାଥ ପଣ୍ଡା,ସେକ କେତେରୁଦ୍ଧିନ,ସେକ ଜାବିର ଆଲ୍ଲୀ,ଅକ୍ତର ଅଲ୍ଲୀ,ଅମୂଲ୍ୟ ପାତ୍ର ଓ ସେକ ସହିଦ ଅଲ୍ଲୀ ପ୍ରମୁଖ ଯୋଗ ଦେଇ ଶ୍ରୀ ପଣ୍ଡାଙ୍କ କର୍ମମୟ ଜୀବନ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ହବିବ ମିଲ୍ଲତ ଇସଲାମିଆ ଟ୍ରଷ୍ଟ ସଂଗଠନ ଓ ଉଭୟ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ବିରେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପବିତ୍ର ରଥ,ଅଫଜଲ ଅଲ୍ଲୀ ଖାଁ,ଇମତେୟାଜ ଖାଁ,ପ୍ରତିଭା ଦାସ,କଳ୍ପନା ସାହୁ,ସେକ ଅମାନତତୁଲ୍ଲା,ସେକ୍ କଲିମୁଲ୍ଲା ଓ ସ୍ଥାନୀୟ ଯୁବକ ସଂଘ ତଥା ପୂର୍ବତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।