

ଧର୍ମଶାଳା – ଯାଜପୁର ଜିଲା ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ ପର୍ଯ୍ୟାୟ ପୋଲିଓ ଟିକା ପ୍ରଦାନ କରାଯାଇଛି । କରୋନା କଟକଣା ଯୋଗୁ ଦିର୍ଘ ୯ମାସ ର ବ୍ୟବଧାନ ପରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ୧୦୫ଟି ବୁଥ୍ ରେ ଟିକାକରଣ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୮୮୨୩ ଜଣ ଶିଶୁଙ୍କୁ ପୋଲିଓ ଦେବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ତନ୍ମଧରୁ ୧୮୨୮୫ଜଣ ଶିଶୁଙ୍କୁ ଏହି ଟିକା ପ୍ରଦାନ କରାଯାଇଥିବା ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁ ସୂଚନା ଦେଇଛନ୍ତି ।