
ଧର୍ମଶାଳା,୩୧ଜାନୁଆରୀ(ହି.ସ.) – ଯାଜପୁର ଜିଲା ବଡଚଣା ବ୍ଲକ ବନ୍ତଳା-ଡଗରପଡା ମଧ୍ୟବର୍ତୀରେ ବିରାଜମାନ କରିଥିବା ମା’ ବ୍ରାହ୍ମଣୀ ଦେବୀ ପବିତ୍ର ମହାଯଜ୍ଞ ପାଇଁ ଆଜି ଅପରାହ୍ନରେ ମା’ଙ୍କ ପୀଠରେ କମିଟିର ସଂପାଦକ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମା’ଙ୍କ ପବିତ୍ର ମହାଯଜ୍ଞ କିପରି ଶାନ୍ତି ଶୃଙ୍ଖଳାରେ କରୋନା କଟକଣାକୁ ନେଇ ଅନୁଷ୍ଠିତ ହେବ ସେଥିପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରଥମେ ଗତ ବର୍ଷର ଆୟବ୍ୟୟ ପାଠକରିଥିଲେ ସଂପାଦକ ଶ୍ରୀ ବେହେରା ଏବଂ ପରେ ଚଳିତ ବର୍ଷ ଯଜ୍ଞ କିପରି ଅନୁଷ୍ଠିତ ହେବ ସେଥିନେଇ ଉପସ୍ଥିତ କର୍ମକତ୍ତାଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଫ୍ରେବୁୟାରୀ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ଏହି ଯଜ୍ଞ ଶେଷ ହେବ । ପ୍ରତିବର୍ଷ ପରି ଚଳିତ ବର୍ଷ ଯଜ୍ଞର ଶେଷ ଦିବସରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ କର୍ତାଭାବେ ବିରଅଜ୍ଜୁନ ମହାପାତ୍ର ଓ ତାଙ୍କ ସହଧର୍ମିଣୀ କର୍ତା ଭାବରେ ରହିବେ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସମିତି ସଭ୍ୟ ଲଲାଟେନ୍ଦୁ ମହାପାତ୍ର, ପ୍ରତାପ ରାଉତରାୟ, ବିରଅଜ୍ଜୁନ ମହାପାତ୍ର, ଦେବପ୍ରସାଦ ରାଉଳ, ଶିକ୍ଷାବିତ ତପନ କୁମାର ପୃଷ୍ଟି, ସୁବାସ ଚନ୍ଦ୍ର ପଢ଼ିଆରୀ, ପ୍ରଫୁଲ ବେହେରା, ଭରତଚନ୍ଦ୍ର ବେହେରା, ପତିତପାବନ ମହାପାତ୍ର, ଡମ୍ବରୁଧର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ଆରମ୍ଭ ହେବାପୂର୍ବରୁ କମିଟିର ଉପସଭାପତି ସ୍ୱର୍ଗତ ପତିତପାବନ ମହାପାତ୍ରଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।