
ଗଞ୍ଜାମ ଜିଳ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ପଞ୍ଚାୟତ ର ପଦ୍ମନାଭପୁର ଓଡ଼ିଆସାହି ରେ ଲକ୍ଷ୍ମୀ ପୁଜା ପାଈଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ନିଳକଣ୍ଠଶ୍ୱର ମନ୍ଦିର ଥାଟରାଜ ପୋଖରୀ ପଠାରେ ପୂଜା ପାଠ କରି କଳସ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରାୟ ୧ କିଲୋମିଟର ରାସ୍ତା ଅତିକ୍ରମ କରି ଓଡ଼ିଆ ସାହିରେ ପହଞ୍ଚିଥିଲେ ।ସଂକୀର୍ତ୍ତନ , ଶଙ୍ଖ , କାହାଳି ,ମହିଳା ଙ୍କ ହୋଳ ହୋଳି ରେ ଓଡ଼ିଆ ସାହି ରେ ପୁଜା ସ୍ଥାପନ କରାଯାଇଥିଲା । ଏହା ପରେ ଲକ୍ଷ୍ମୀ ପୁଜା ର ପାରମ୍ପରିକ ନିତି ଆରମ୍ଭ ହୋଇଛି । ଏହି ପୁଜା ୮ ଦିନ ଧରି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପୁରୋହିତ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ପ୍ରକାଶ କରିଛନ୍ତି । ସଭାପତି ଭଗବାନ ସେଠି , ସମ୍ପାଦକ ଦଣ୍ଡପାଣି ପାତ୍ର , କୋସାଦକ୍ଷ ଏଲ କୃଷ୍ଣ , ସରପଞ୍ଚ କ୍ରୀଷ୍ଣା ରାଓ ସୁବୁଦ୍ଧି ଏବଂ ମା କନକ ଦୁର୍ଗା ପୁଜା କମିଟି ର ସମସ୍ତ ସଦସ୍ୟ ଙ୍କ ଶହଯୋଗ ରେ ପୁଜା ପୁଜା ର୍ଚନା ଆରମ୍ଭ ହୋଇଯାଇଛି ।