ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ ଅନ୍ତଗର୍ତ କୋଦଳା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଆରବିଏସକେ ତରଫରୁ ତିନି ଜଣ ହୃଦ୍ ରୋଗୀଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରେ ଇନାମ୍ ବେଲପଡାର ଅରୁଣ ମାଝୀ ୭ ବର୍ଷ , କୋଦଳାର ବର୍ଷା ନାୟକ ୧୫ ବର୍ଷ, ଦବା ବଣିଆ ର ବିଜୟ ଲକ୍ଷ୍ମୀ ଶବର ୮ ବର୍ଷ । ସେମାନଙ୍କର ଛାତିରେ ପିଲା ଦିନରୁ ଛିଦ୍ର ଥିଲା ବୋଲି ଆର୍ ବି ଏସ କେ ଟିମ୍ ଦ୍ଵାରା ପରୀକ୍ଷା କରାଯାଇଥିଲା । ଆୟୁଷ ଡ଼ା ଜୟଦେବ ନାୟକଙ୍କ ତତ୍ତ୍ଵାବଧାନରେ ପି. ଗୀତାଞ୍ଜଳି ଆଚାରୀ ସେମାନଙ୍କୁ ସରକାରୀ ଗାଡ଼ିରେ ଭୁବନେଶ୍ବର ପଠାଯାଇଛି ।
Related Stories
November 24, 2024
November 24, 2024