-
ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିରର ପାଶ୍ୱର୍ମନ୍ଦିରର ପୁନଃଉଦ୍ଧାର ପାଇଁ ଏଏସଆଇର ବିଶେଷଜ୍ଞ ଦଳ ପଠାଯାଉ – ଧର୍ମେନ୍ଦ୍ର ପ୍ରଧାନ
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଏଏସଆଇର ଭୁବନେଶ୍ୱର ଶାଖା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ସହରର ଏକାମ୍ର କ୍ଷେତ୍ରରେ ଥିବା ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଶାରୀ ମନ୍ଦିରର ଉତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର ଦଶମ ଶତାବ୍ଦୀ ଏବଂ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି । ଏଏସଆଇ ନିକଟରେ ଦୁଇଟି ଢ଼ାଂଚା ଆବିଷ୍କାର କରିଛି, ଯାହା ଶାରୀ ମନ୍ଦିରର ଭଗ୍ନାବଶେଷ ବୋଲି ଜଣାପଡୁଛି । ଏସଏସଆଇର ବିଶେଷଜ୍ଞମାନେ ମିଳିଥିବା ତଥ୍ୟନୁସାରେ ମତ ଦେଇଛନ୍ତି ଯେ, ଶାରି ମନ୍ଦିର ପଂଚାୟତନ ଢାଂଚାରେ ନିର୍ମାଣ ହୋଇଛି । ଯାହା ଚାରୋଟି ଛୋଟ ଛୋଟ ମନ୍ଦିର ପରିସରଭୃକ୍ତ ରହିଛି । ପାରିପାଶ୍ୱର୍ିକ ସ୍ଥିତିରୁ ଏହା ମନେହେଉଛି ଯେ ଏକାମ୍ର କ୍ଷେତ୍ରରେ ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ ଢାଂଚାର ଆଶଙ୍କା କରାଯାଉଛି ।
ଭୁବନେଶ୍ୱର ସ୍ଥିତ ଶୁକସାରୀ ମନ୍ଦିର ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ପୂରାତନ କୀର୍ତିରାଜି ଏବଂ ପ୍ରତ୍ନତତ୍ୱ ବିଭାଗ ଓ ଭଗ୍ନାବଶେଷ ଆଇନ (ଏମଏଏସଆର) ଅଧୀନରେ ଏଏସଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି ।
ତେଣୁ ଅମୂଲ୍ୟ ପୂରାତନ ଓଡ଼ିଶାର ପ୍ରଚୀନ କୀର୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର
ଆବଶ୍ୟକତା ରହିଛି ।
ଓଡ଼ିଶାର ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ, କାରୁକାର୍ଯ୍ୟସମ୍ପନ୍ନ, ସାମାଜିକ ସଂସ୍କୃତି ଓ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ନିକଟକୁ ଏକ ଏଏସଆଇର ବିଶେଷଜ୍ଞ ଦଳକୁ ପଠାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ
ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଏଠାରେ ଭୂମି ତଳେ ଥିବା ଐତିହାସିକ ଢ଼ାଂଚାର ପୁନଃଉଦ୍ଧାର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।