୧,୦୩,୭୩,୬୦୬ ଜଣ ଏ ପର୍ର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଂଟା ମଧ୍ୟରେ ୧୪,୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭାରତରେ ମୋଟ ସକ୍ରିୟ କରୋନା ମାମଲା ୧.୭୫ ଲକ୍ଷ (୧,୭୩,୭୪୦)କୁ ହ୍ରାସ ପାଇଛି । ଭାରତର ମୋଟ କରୋନା ପଜିଟିଭ୍ ମାମଲାର ମାତ୍ର ୧.୬୨% ରହିଛି ସକ୍ରିୟ ମାମଲା ।
ଜାତୀୟ ଧାରାକୁ ବଜାୟ ରଖି ସକ୍ରିୟ କରୋନା ମାମଲାରେ ହ୍ରାସ ଜାରି ଥିବାରୁ ୩୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଏବେ ସକ୍ରିୟ କରୋନା ମାମଲା ୫୦୦୦ ରୁ କମ୍ ରହିଛି ।ମୋଟ ସକ୍ର୍ରିୟ ମାମଲା ମଧ୍ୟରୁ ୭୮% ଅଛନ୍ତି, ପାଂଚଟି ରାଜ୍ୟ; ;କରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ।
୨୦୨୧ ଜାନୁଆରୀ ୨୮ ତାରିଖ ସକାଳ ୭ ଟା ୩୦ ମିନିଟ ସୁଦ୍ଧା ଦେଶବ୍ୟାପୀ ୨୩.୫ ଲକ୍ଷ (୨୩,୫୫,୯୭୯) ଜଣଙ୍କ ଟିକାକରଣ କରାଯାଇଛି ।
ବିଗତ ୨୪ ଘଂଟା ମଧ୍ୟରେ ୬,୧୦୨ ସେସନେରେ ୩,୨୬,୪୦୯ ଜଣଙ୍କ ଟିକାକରଣ କରାଯାଇଛି । ଏ ପର୍ଯ୍ୟନ୍ତ ମୋଟ ୪୨,୬୭୪ ସେସନ୍ ହୋଇଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୭୭.୮୪% ଆସିଛି ୭ ରାଜ୍ୟ/କେନ୍ଦ୍ର୍ରଶାସିତ ଅଂଚଳରୁ ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ୫୦୦୬ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ବିଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୨୫୫୬ ଏବଂ କର୍ଣ୍ଣାଟକେରେ ୯୪୪ ଜଣ ସୁସ୍ଥ ହୋଇଛନ୍ତି ।
ବିଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ ୧୧,୬୬୬ ନୂଆ କରୋନା ମାମଲା ଆସିଛି । ଏଥିରୁ ୮୧.୯୬% ଆସିଛି ୬ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ୫୬୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୨୧୭୧ ଏବଂ ତାମିଲନାଡ଼ୁରେ ୫୧୨ ଜଣ ଚିହ୍ନଟ ହୋଇଛନ୍ତି ।ବିଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି ।
ଏଥିରୁ ୭୫.୬୧% ମୃତ୍ୟୁ କେବଳ ହୋଇଛି ୭ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ । ମହାରାଷ୍ଟ୍ରରେ ସର୍ବାଧିକ ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ କେରଳରେ ୨୦ ଜଣ ଏବଂ ପଞ୍ଜାବରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।