କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ନୂତନ ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତଙ୍କର ଶ୍ରୀ ନଅରରେ ଶାଢୀ ବନ୍ଧା ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ଗଜପତିଙ୍କ ପ୍ରତିନିଧି ଭାବରେ ନାରାୟଣ ମୁଦିରସ୍ତ ମହାପ୍ରଭୁଙ୍କ ସେବା ନୀତି ସମ୍ପର୍ଣ୍ଣ କରିବେ।ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା, ରଥଯାତ୍ରା ରେ ଅନୁଷ୍ଠିତ ହେଉଥିବା ଛେରା ପହଁରା ନୀତି ଗଜପତି ମହାରାଜ କରୁଥିବା ବିଧାନ ରହିଅଛି |କୌଣସି କାରଣ ବଶତଃ ଯଦି ଗଜପତି ମହାରାଜ ଅନୁପସ୍ଥିତ ରହନ୍ତି ତାଙ୍କ ବଦଳରେ ମୁଦିରସ୍ତ ସେବକ ଏହି କାର୍ଯ୍ୟ ସମ୍ପାଦିତ କରିଥାନ୍ତି |ମୁଦିରସ୍ତ ସେବକ ନାବାଳକ ରୂପେ ଶାଢ଼ୀ ବନ୍ଧାଇ ଏହି କାର୍ଯ୍ୟ କରନ୍ତି ଯେଉଁ ଦିନ ସେ ସାବାଳକ ହୋଇଯିବେ ତାଙ୍କୁ ଏହି ସେବାରୁ ନିବୃତ ରଖାଯାଏ ଏହି ବିଧାନ ପୂର୍ବରୁ ଚଳି ଆସିଛି |ଏଥି ସହିତ ଗଜପତି ମହାରାଜ ଙ୍କର ମହାରାଣୀ ଙ୍କୁ ମୁଦିରସ୍ତ ସେବକ ହାତ ଧରି ଶ୍ରୀମନ୍ଦିର ରେ ଦର୍ଶନ କରାଇବା ପରମ୍ପରା ରହିଛି ଯାହାକୁ ଗହଣ ବିଜେ ବୋଲି କୁହାଯାଏ |ଏଥି ସହିତ ଶ୍ରୀମନ୍ଦିର ଭିତରେ ଗଜପତି ମହାରାଜ ଙ୍କ ଦ୍ୱାରା ସମ୍ପାଦିତ ହେଉଥିବା ଅନ୍ୟ ନୀତି ମାନଙ୍କରେ ମଧ୍ୟ ମୁଦିରସ୍ତ ସେବା କାର୍ଯ୍ୟ କରିଥାନ୍ତି |ତାଙ୍କର ସ୍ୱତନ୍ତ୍ର ପୋଷାକ ଧଳାର ଗଜପତି ଙ୍କ ଭଳି ପରିଧାନ କରିଥାନ୍ତି ଏବଂ ଗଜପତି ଙ୍କ ଭଳି ମର୍ଯ୍ୟାଦା ସେବାୟତ କୂଳରେ ତାଙ୍କୁ ଦିଆଯାଏ |ଅବିବାହିତ, ନାବାଳକ,ମୁଦିରସ୍ତ ପରିବାର ର ବାଳକ ହିଁ ଏହି ସେବା କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥାନ୍ତି |