-
ଦିକ୍ଷା ହେଉଛି ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷଙ୍କ ସହଯୋଗିତାରେ ଡାଲମିଆ ଫାଉଣ୍ଡେସନ ପକ୍ଷରୁ ସ୍ଥାପନ କରାଯାଇଥିବା ଏକ କୌଶଳ ପ୍ରଶିକ୍ଷଣ କେନ୍ଦ୍ର
-
କଟକ ଓ ଯାଜପୁର ଜିଲ୍ଲାର ୨୧ ପ୍ରଶିକ୍ଷାର୍ଥୀ ମାସିକ ହାରାହାରି ୧୪୦୦୦ ଟଙ୍କା ବେତନରେ ବେଙ୍ଗାଲୁରୁରେ ନିଯୁକ୍ତି ପାଇଛନ୍ତି
-
କଟକ ଶାଖାରେ ବର୍ତମାନ ସୁଦ୍ଧା ୩୦୦ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି
-
୧୩ଟି ଗ୍ରାମ ପଂଚାୟତର ୪୦ଟି ଗ୍ରାମର ଛାତ୍ରଛାତ୍ରୀ ଦିକ୍ଷା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି
ଭୁବନେଶ୍ୱର: ଡାଲମିଆ ଭାରତ ଗ୍ରୁପ୍ର ଏକ ଅଂଶ, ଡାଲ୍ମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ପକ୍ଷରୁ କଟକର କପିଳାସ ସିମେଂଟ୍ ମାନୁଫାକ୍ଚରିଂ ୱାର୍କସ୍ (କେସିଏମଡବ୍ଲ୍ୟୁ)ରେ ୨୧ ଦିକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଏହି ଛାତ୍ରଛାତ୍ରୀମାନଙ୍କୁ ୭୫ ଦିନିଆ ଶିଳ୍ପ ସିଲାଇ ମେସିନ୍ ଅପରେଟର (ଆଇଏସଏମଓ) ଟ୍ରେଡ୍ରେ ପ୍ରଶିକ୍ଷଣ ଦିଆଯାଇଛି । ଏହି କେନ୍ଦ୍ର ଜେନେରାଲ ଡ୍ୟୁଟି ଆସିଷ୍ଟାଂଟ୍ (ଜିଡିଏ) ଗ୍ରେଡ୍ରେ ୩ ମାସିଆ ପ୍ରଶିକ୍ଷଣ ପ୍ରଦାନ କରୁଛି ।
ଏହି ଅବସରରେ ଶ୍ରୀଯୁକ୍ତ ରାମଅବତାର ଶର୍ମା, ୟୁନିଟ୍ ମୁଖ୍ୟ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍, କଟକ, ଶ୍ରୀଯୁକ୍ତ ଏସ୍ ଭି ଏନ୍ ରାଓ, ନୋଡାଲ୍ ଅଫିସର, ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷ, ଭୁବନେଶ୍ୱର, ସାଶ୍ୱତ କୁମାର ଜେନା, ଏବିଡିଓ, ଟାଙ୍ଗି ଓ ଶ୍ରୀଯୁକ୍ତ ଶୁଭେନ୍ଦୁ ଦାସ, ଜିଲ୍ଲା ନିଯୁକ୍ତି ଅଧିକାରୀ, କଟକ ଉଦବୋଧନ ଦେଇଛନ୍ତି । ମହାମାରୀ ଓ ନିଯୁକ୍ତି ବଜାର ଉପରେ ଏହାର ପ୍ରଭାବ ସତ୍ୱେ ଆଇଏସଏମଓ ଟ୍ରେଡର ୨୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ବେଙ୍ଗାଲୁରୁର ଶାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ବାର୍ଷିକ ୧,୬୮,୦୦୦ ଟଙ୍କାର ବେତନ ପ୍ୟାକେଜ୍ରେ ନିଯୁକ୍ତି ଦେଇଛନ୍ତି ।
ଏହି ଅବସରରେ ଶ୍ରୀଯୁକ୍ତ ରାମଅବତାର ଶର୍ମା, ୟୁନିଟ୍ ମୁଖ୍ୟ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଏକ ଉଜ୍ୱଳ ଭବିଷ୍ୟତ ଆଡ଼କୁ ଗତି କରିବା ଲାଗି ଇଛାଶକ୍ତି ପାଇଁ ମୁଁ ଦିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଡାଲମିଆ ଭାରତ ଫାଉଣ୍ଡେସନର ଲକ୍ଷ୍ୟ ହେଉଛି କେବଳ ପ୍ରଶିକ୍ଷଣ ଦେବା ନୁହେଁ ବରଂ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତିକ୍ଷମ କରିବା । ଉପେକ୍ଷିତ ବର୍ଗର ଯୁବପିଢ଼ିଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ପ୍ରଦାନ କରି ସ୍କିଲ୍ ଇଣ୍ଡିଆକୁ ଯୋଗଦାନ ଦେଇ ଆମେ ଏହାକୁ ବ୍ୟାପକ କରିବାକୁ ଚାହୁଛୁ ।’’
“ଆମ କେନ୍ଦ୍ରରେ ନିକଟସ୍ଥ ଗ୍ରାମ ପଂଚାୟତ ଯଥା ସଫା, ଗରୁଡ଼ଗାଁ, ଉଚ୍ଚପଡ଼ା, କୋଟାସାହି, ବଇରି, ପାରିଆ, ସୋଲାର, ବରୁଣିଆ, ସଲାପଡ଼ା, ସାମିଆ, କଳକଳ, କହ୍ନେଇପୁର ଓ ଛତିଆର ୩୦୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୦ ଜଣ ପାସ୍ କରିଛନ୍ତି ଏବଂ ୧୨୦ ଜଣ ହାରାହାରି ମାସିକ ୧୦୦୦୦-୧୫୦୦୦ ଟଙ୍କା ବେତନରେ ନିଯୁକ୍ତି ପାଇଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି ।’’
ଦିକ୍ଷା ଆରମ୍ଭ ହେବା ଦିନ ଠାରୁ ପ୍ରଶିକ୍ଷାର୍ଥୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଉଛି । ସ୍ଥାନୀୟ ଅଂଚଳର ଯୁବକଯୁବତୀମାନଙ୍କ ଜୀବନକୁ ଆକାର ପ୍ରଦାନ କରିବାରେ ଡାଲମିଆ ଭାରତ ସିମେଂଟ୍ ଓ ଦିକ୍ଷାର ଉଦ୍ୟମକୁ ଉପସ୍ଥିତ ସ୍ଥାନୀୟ ଗୋଷ୍ଠୀ ସଦସ୍ୟ ଯଥା ସରପଂଚ, ପିଆରଆଇ ସଦସ୍ୟ ଏବଂ ଅଭିଭାବକମାନେ ପ୍ରଶଂସା କରିଛନ୍ତି ।
ଏହି ଅଭିଯାନ ହେଉଛି ଡିବିଏଫ୍ ଓ ଜାତୀୟ କୌଶଳ ବିକାଶ ନିଗମ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରର ଏକ ଅଂଶ ଯେଉଁଥିରେ ୧୦ ବର୍ଷରେ ଦେଶର ୬୦,୦୦୦ ଯୁବପିଢ଼ିଙ୍କୁ ଧନ୍ଦାମୂଳକ କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଡିବିଏଫ୍ର କେନ୍ଦ୍ର ରାଉରକେଲା, ରାଜଗାଂଗପୁର, ଝାରସୁଗୁଡ଼ା, ଦେବଗଡ଼ ଓ ବାରକୋଟରେ ରହିଛି ଯେଉଁଠାରେ ଶଯ୍ୟା ପାଶ୍ୱର୍ ଆଟେଡାଂଟ୍, ରିଟେଲ୍ ସେଲ୍, ଇଲେକ୍ଟ୍ରିସିଆନ୍, ବିଉଟି ଆଣ୍ଡ୍ ୱେଲ୍ନେସ୍ ଓ ସିଲାଇ ମେସିନ୍ ଅପରେଟର ଟ୍ରେଡ୍ରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।