ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସାଧନ ନିମନ୍ତେ ଏହି ଭାଗିଦାରିତାର କାର୍ଯ୍ୟକ୍ରମ ମିଳିତଭାବେ ଆଇଇଏ ସଦସ୍ୟ ଓ ଭାରତ ସରକାର ସ୍ଥିର କରିବେ । ଆଇଇଏ ର ଅଂଶୀଦାର ଭାବେ ପର୍ଯ୍ୟାୟକ୍ରମେ ହାସଲ ହେବାକୁ ଥିବା ସୁବିଧାସୁଯୋଗ ନେଇ ମିଳିତ ଭାବେ କାର୍ଯ୍ୟକରି ସ୍ୱଚ୍ଛଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମର ଲକ୍ଷ୍ୟ ଯଥା ଶକ୍ତି ସୁରକ୍ଷା, ସ୍ୱଚ୍ଛ ଓ ନିରନ୍ତର ଶକ୍ତି, ଶକ୍ତି ଦକ୍ଷତା, ଭାରତରେ ପେଟ୍ରୋଲିୟମ ଭଣ୍ଡାରଣ ଦକ୍ଷତା ବୃଦ୍ଧି ଓ ଗ୍ୟାସଭିତ୍ତିକ ଅର୍ଥନୀତି ଅଭିବୃଦ୍ଧି ଇତ୍ୟାଦି ହାସଲ ପାଇଁ ଭାରତ କାର୍ଯ୍ୟ କରିବ । ଦେଶରେ ସହଯୋଗ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ IEA ସଚିବାଳୟ ଉତ୍ତରଦାୟୀ ରହିବ ଓ ଅଂଶୀଦାରିତା ମଜବୁତ୍ କରିବା ପାଇଁ ଭାରତ ଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆଲୋଚନାକୁ ତ୍ୱରାନ୍ୱିତ କରିବ।
ଶକ୍ତି କ୍ଷେତ୍ରରେ ବୈଷୟିକ ସହଯୋଗ ବୃଦ୍ଧି କରି ରାଜିନାମାର ଲକ୍ଷ୍ୟ ହାସଲ ନିମନ୍ତେ ରାଜିନାମା ପରିସର ମଧ୍ୟରେ ଥିବା ନୀତିନିୟମକୁ ଆଧାର କରି ଭାରତ ଆବଶ୍ୟକ ପଦକ୍ଷେପମାନ ନେବ ।