- ଏପର୍ଯ୍ୟନ୍ତ 2020-21 ଆର୍ଥିକ ବର୍ଷ ପାଇଁ 45ହଜାର 338କୋଟି ଟଙ୍କା ଦିଆଗଲାଣି ଓଡିଶା ଏପର୍ଯ୍ୟନ୍ତ ପାଇଲାଣି 1693.50କୋଟି ଟଙ୍କା
ପଞ୍ଚାୟତରାଜ ମନ୍ତ୍ରଣାଳୟର ଅନୁଦାନ କ୍ରମେ ପୂର୍ବ ଅନୁଦାନର ବିନିଯୋଗ ପ୍ରମାଣପତ୍ର ଦାଖଲ କରିଥିବା 18ଟି ରାଜ୍ୟକୁ ଏହି ଅନୁଦାନ ଦିଆଯାଇଛି । ଏହି ଅନୁଦାନ ଦେବା କ୍ଷେତ୍ରରେ ପଞ୍ଚଦଶ ଅର୍ଥ କମିଶନର ମଧ୍ୟ ଅନୁମତି ରହିଛି । ଏହି ଅର୍ଥରେ ଗ୍ରାମାଞ୍ଚଳ ସର୍ବସାଧାରଣଙ୍କ ସମ୍ପତି ସୃଷ୍ଟି ଓ ସୁଧାର କରାଯିବ । ଏହି ଅର୍ଥ ଗ୍ରାମ ଏବଂ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଭାବରେ ତ୍ରିସ୍ତରୀୟ ପଞ୍ଚାୟତରାଜ ଅନୁଷ୍ଠାନଗୁଡିକ ଦିଆଯାଇଛି । ଗ୍ରାମରୁ ବ୍ଲକସ୍ତର ଯାଏଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ ।
ପଞ୍ଚଦଶ ଅର୍ଥ କମିଶନ ମୌଳିକ ଭିତ୍ତିଭୂମି ଓ ଅନୁବନ୍ଧିତ ଭିତ୍ତିଭୂମି ଭାବରେ ଦୁଇପ୍ରକାରର ଅନୁଦାନ ପାଇଁ ଅନୁମୋଦନ କରିଛନ୍ତି ।ବିଭିନ୍ନ କର୍ମଚାରୀଙ୍କ ଦରମା ଏବଂ ଅନୁଷ୍ଠାନିକ ଖର୍ଚ୍ଚ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ ନିମନ୍ତେ ମୌଳିକ ଭିତ୍ତିଭୂମି ସୃଷ୍ଟି ଏହି ପାଣ୍ଠି ଖର୍ଚ୍ଚ କରାଯିବ । ଅନୁବନ୍ଧିତ ପାଣ୍ଠିରେ ପରିମଳ ଏବଂ ବାହ୍ୟ ମଳତ୍ୟାଗ ବନ୍ଦ କରାଯିବା ସମ୍ପର୍କିୀତ ଖର୍ଚ୍ଚ ଏବଂ ପାନୀୟ ଜଳ, ବୃଷ୍ଟିଜଳ ଅମଳ, ଜଳଚକ୍ର ସୃଷ୍ଟି ଆଦି ବାବଦରେ ଖର୍ଚ୍ଚ ହେବ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ଏବଂ ଜଳଜୀବନ ମିଶନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଏହି ଦ୍ୱିତୀୟ ଅନୁଦାନ ପାଣ୍ଠି ବିନିଯୋଗ ହେବ । ରାଜ୍ୟ ସରକାର ମାନେ ଏହି ଅର୍ଥ ପାଇବାର 10ଟି କାର୍ଯ୍ୟ ଦିବସ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିବେ । ଚର୍ତୁଦଶ ଅର୍ଥ କମିଶନର ବାକିଆ ପ୍ରାପ୍ୟ ଏବଂ ପଞ୍ଚଦଶ ଅର୍ଥ କମିଶନର ଏ ବାବଦରେ ପ୍ରଥମ କିସ୍ତି ଏହା ପୂର୍ବରୁ 2020 ମସିହା ଜୁନ ମାସରେ ରାଜ୍ୟମାନଙ୍କୁ ଦିଆଯାଇଛି । ପ୍ରଥମ କିସ୍ତି 15ହଜାର 187.50 କୋଟିକୁ ମିଶାଇ ଏପର୍ଯ୍ୟନ୍ତ 45ହଜାର 738କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନଗୁଡିକ ଦିଆଗଲାଣି । ଏ ବାବଦରେ ଓଡିଶାକୁ ଏପର୍ଯ୍ୟନ୍ତ 1ହଜାର 693.50 କୋଟି ଟଙ୍କା ମିଳିଲାଣି ।