ଭୁବନେଶ୍ୱର – ଭୁବନେଶ୍ୱର ଠାରେ ନେପାଳର ପଶୁପତିନାଥ ମନ୍ଦିରର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଦୀପ ଢକାଲଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେଂଟ ଜାଭିୟର ଗ୍ରୁପ୍ର ଅଧ୍ୟକ୍ଷ ବଦ୍ରୀନାଥ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ଧାମର ବିଶିଷ୍ଟ ସେବାୟତ ତଥା ଗବେଷକ ନୀଳମଣି ଗୁରୁ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ହେମରାଜ ଆଡ଼ଭଟାଇଜିଙ୍ଗର ମୁଖ୍ୟ ତଥା ହିନ୍ଦି ପତ୍ରିକା ସନ୍ମାର୍ଗର ପ୍ରକାଶକ ଡଃ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।
ଆଗାମୀ ୧୫ ତାରିଖ ଦିନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଜଗନ୍ନାଥ ଧାମରୁ ନେପାଳର ଶ୍ରୀ ପଶୁପତିନାଥ ମନ୍ଦିର ପର୍ଯ୍ୟନ୍ତ ଏକ ମୈତ୍ରୀ ଯାତ୍ରାର ଶୁଭାରମ୍ଭ ହେବ । ଏଥିରେ ବିଭିନ୍ନ ବର୍ଗର ୪୦ଜଣ ବିଶିଷ୍ଟ ବ୍ୟକ୍ତି ଯାତ୍ରା କରିବେ ଏବଂ ୨୪ ତାରିଖ ଦିନ ସେମାନେ ନେପାଳରୁ ୨୦୨୦ଟି ଶାଳଗ୍ରାମ (ଚଳନ୍ତି ବିଷ୍ଣୁ)କୁ ସାଙ୍ଗରେ ଆଣି ଜଗନ୍ନାଥ ଧାମରେ ପହଂଚିବେ । ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ର ସହ ନେପାଳର ସମ୍ପର୍କ ନିବିଡ଼ ବୋଲି ସେ କହିଥିଲେ ।