ଆଜି ଚିହ୍ନଟ ହୋଇଥିବା ୧୧୩ ଜଣଙ୍କ ମଧ୍ୟରୁ ୬୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ସବୁଠାରୁ ଅଧିକ ୧୮ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୪ ଜଣ, ବରଗଡ଼ରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ , ଭଦ୍ରକରୁ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା କଟକରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେବଗଡ, ଢେଙ୍କାନାଳରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା । ଗଜପତି ଜିଲ୍ଲାରୁ ୩, ଗଂଜାମ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା । ଯାଜପୁରରୁ ୩ ଜଣ, ଝାରସୁଗୁଡ଼ାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା କେନ୍ଦ୍ରାପଡାରୁ ୧ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । କେନ୍ଦୁଝର ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା ଖୋର୍ଦ୍ଧାରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଓ ମାଲକାନଗିରିରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା
ମୟୂରଭଞ୍ଜରୁ ୨ ଜଣ, ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ଓ ନୟାଗଡରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନୂଆପଡ଼ାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୧ ଜଣ ଓ ରାୟଗଡା ଜିଲ୍ଲାରୁ ୧, ସମ୍ବଲପୁରରୁ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା ସୁନ୍ଦରଗଡ଼ରୁ ୧୭ ଜଣ ଓ ଷ୍ଟେଟ୍ପୁଲ୍ରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।