
ଭୁବନେଶ୍ୱର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଂଜାବ କେଶରୀ ଲାଲା ଲାଜପତ ରାୟଙ୍କୁ ତାଙ୍କର ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ସେ ଜଣେ ରାଷ୍ଟ୍ରବାଦୀ ତଥା ସ୍ୱଦେଶୀ ଆନ୍ଦୋଳନର ପ୍ରଖର ପ୍ରବକ୍ତା ଥିଲେ । ତାଙ୍କର ଦେଶ ପାଇଁ ପ୍ରେମ ଓ ବଳିଦାନ ଲୋକ ମାନଙ୍କୁ ପ୍ରେରଣା ଯୋଗାଉଥିବ ।