ଗଞ୍ଜାମ ଜିଲ୍ଲାରେ ଅଭାବନିୟ ଘଟଣା ଘଟିଯାଇଛି ଅନ୍ଧ ବିଶ୍ୱାସ ର ଅନ୍ଧ ଗଳିରେ ଆଜି ବି ମଜି ଯାଇଛି ସମାଜ।ସାଧାରଣତଃ ବ୍ୟକ୍ତିଟିର ମୃତ୍ୟୁ ପରେ ଶୁଦ୍ଧ କ୍ରିୟା କରାଯାଇଥାଏ।କିନ୍ତୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣ ଦେଖିଲେ ଆଶ୍ଚଯ୍ୟ ହୋଇଯିବେ।ବଞ୍ଚି ଥାଉ ଥାଉ ବ୍ୟକ୍ତିର ଶୁଦ୍ଧ କ୍ରିୟା କରିବା ପରେ ଲଣ୍ଡା ହେବାକୁ ପଡିଛି।
ଭିଓ1-ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମରେ ରୁହନ୍ତି ରାମଚନ୍ଦ୍ର ନାୟକ ।ପରିବାର କହିଲେ ସ୍ତ୍ରୀ ଓ ପାଞ୍ଚ ଟି ପୁଅଝିଅ ।ବଡ ପୁଅ କାହ୍ନାଆ ର ଜନ୍ମରୁ ଶରୀର ସାରା ଲୋମ ଥିବା ମୁହଁ ରେ ମାଂଶ ପିଣ୍ଡୁଳା ବାହାରି ଲୋମ ଭର୍ତି ହୋଇ ରହିଥିଲା।ବିଗତ ତିନି ରୁ ଉର୍ଦ୍ଧ ବର୍ଷ ପରେ ଗଣମାଧ୍ୟମ ରେ ଖବର ପ୍ରସାରଣ ହେବା ପରେ ପ୍ରଶାସନ କାହ୍ମା ପରିବାରରେ ପହଂଚି ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା।ତାହା ସହ ଘରକୁ ଆର୍ଥିକ ସାହାଯ୍ୟ କରିବା ସହ ଭତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା।କିନ୍ତୁ ପରେ ପ୍ରଶାସନ ଆଉ ପରିବାରକୁ ଆର୍ଥିକ ସାହାଯ୍ୟ କରିନଥିଲା। କାହ୍ନ ଅପରେସନ ହୋଇ ଆସିବା ପରେ ଦେହସାରା କୁଣ୍ଡେଇ ହୋଇ ବିଭିନ୍ନ ଜାଗା ରେ ଘା ହୋଇ ପୋକ ସୃଷ୍ଟି ହେଲା।କାଁହା ର ଦେହରୁ ପୋକ ବାହାରୁ ଥିବା ଦେଖି ଗାଁ ଲୋକେ କାଁହା ର ପରିବାର କୁ ବାସନ୍ଦ କରି ରଖିଲେ।କେହି ବି କାଁହା ଓ ତା ପରିବାର ସହିତ ମିଳାମିଶା କରିନଥିଲେ।21 ଦିନ ସମ୍ପୂର୍ଣ ପରିବାରକୁ ବାସନ୍ଦ କରି ରଖିଥିଲେ।ଅର୍ଥ ଅଭାଵରୁ ବାପା କାଁହା ର ଚିକିତ୍ସା କରିପାରିନଥିଲେ ।ବହୁ କଷ୍ଟ ରେ ଧାର କରଜ କରି କାଁହା କୁ ଆଣି ଭଞ୍ଜନଗର ମେଡିକାଲ ରେ ଭର୍ତି କରାଇଥିଲେ।ସେଠାରେ ସମ୍ପୂର୍ଣ ଭଲ ହୋଇ କାଁହା ଗାଁ ରେ ପହଁଚିଲା। ସ୍ଥାନୀୟ ବାସିନ୍ଦା ଙ୍କ ଚାପରେ କାଁହା ର ଶୁଦ୍ଧକ୍ରିୟା କରିବାକୁ ବାପାକୁ କୁହାଗଲା ।ବାପା ପୁଣି 10 ହଜାର ଟଙ୍କା କରଜ କରି ଶୁଦ୍ଧ କ୍ରିୟା କରିବାପରେ କାଁହା କୁ ଲଣ୍ଡା କରାଇଥିଲେ।ତାପରେ ଗାଁ ଲୋକଙ୍କୁ ଭୋଜି ଖୁଆଇବା ପରେ ଗାଁରୁ କାଁହା ପରିବାର ଉପରୁ ବାସନ୍ଦ ହଟିଥିଲା