
ନୂଆଦିଲ୍ଲୀ, ଦିଲ୍ଲୀରେ ହୋଇଥିବା ହିଂସା ଓ ଉପଦ୍ରବ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଆରଏସଏସ କହିଛି । ଋାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର କାର୍ଯ୍ୟବାହ ସୁରେଶ (ଭୈୟାଜୀ) ଜୋଶୀ କହିଛନ୍ତି ଯେ ଗଣତନ୍ତ୍ର ଦିବସର ପବିତ୍ର ଦିନରେ ଦିଲ୍ଲୀରେ ଯେଉଁ ହିଂସା ଓ ଉପଦ୍ରବ ହେଲା ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ବିଶେଷ ଭାବେ ଐତିହାସିକ ଲାଲ କିଲ୍ଲାରେ ହୋଇଥିବା କୃତ୍ୟ ଦେଶର ସ୍ୱାଧୀନତା ଓ ଅଖଣ୍ଡତାର ରକ୍ଷା ପାଇଁ ବଳିଦାନ ଦେଇଥିବା ଲୋକମାନଙ୍କର ଅପମାନ ଅଟେ । ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରୁଛି ଯେ ରାଜନୈତିକ ଓ ବୈଚାରିକ ମତଭେଦ ଠାରୁ ଉପରକୁ ଉଠି ପ୍ରାଥମିକତା ସହ ଶାନ୍ତି ପାଇଁ ପ୍ରୟାସ କରନ୍ତୁ ।