ହରିଚନ୍ଦନପୁର – ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଜଗତସିଂହପୁର ଜିଲ୍ଲା ବାଲିକୁଦାର ଯୁବକ ସତ୍ୟବ୍ରତ ଦାସ ପଦଯାତ୍ରାରେ ବାହାରିଛନ୍ତି । ସେ ରାଜ୍ୟର ୩୧୪ଟି ବ୍ଲକ ପରିକ୍ରମା କରି ପ୍ରତ୍ୟେକ ବ୍ଲକ ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି । ସତ୍ୟବ୍ରତ ପଦଯାତ୍ରାରେ ଆସି ହରିଚନ୍ଦନପୁର ବ୍ଲକରେ ପହଞ୍ଚିବା ପରେ ବିଡିଓ ଅନୁପସ୍ଥିତ ରହିଥିବାରୁ ଜିପିଓ ଶମ୍ବୁନାଥ ଖମାରିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ବୁଦ୍ଧିଜିବୀମାନଙ୍କ ସହ ଆଲୋଚନା କରିଥିଲେ । ଜୁଲାଇ ୧୦ତାରିଖରୁ ସତ୍ୟବ୍ରତ ପଦଯାତ୍ରା ଆରମ୍ଭ କରି ୭୦ଟି ବ୍ଲକ ବୁଲିବା ସହ ୧୮୬୦ କି.ମି ଯାତ୍ରା କରି ସାରିଥିବାର ସୂଚନା ଦେଇଛନ୍ତି । ଏଥିସହ ଏଠାରୁ ବାହାରି ତେଲକୋଇ, ବାଂଶପାଳ, ସଦର ଆଦି ବ୍ଲକ ଯିବେ ବୋଲି କହିଛନ୍ତି ।