

ପଦ୍ମ ପୁରସ୍କାର ଘୋଷଣା ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପଦ୍ମ ବିଭୂଷଣ ଉପାଧି ପାଇଁ ସୁଦର୍ଶନ ସାହୁ ଏବଂ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ରଜତ କରଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ସୁଦର୍ଶନ ସାହୁ ଜଣେ ସ୍ଥପତି ଭାବେ ଜାତୀୟ ଏବଂ ଅନ୍ତର୍ଜାତିକ ସ୍ତରରେ ଅନେକ ସୁମନାମ ଅର୍ଜନ କରିଛନ୍ତି । ସେହିପରି ରଜତ କୁମାର କର ଜଣେ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଏବଂ ବିଶେଷ କରି ରଥଯାତ୍ରାର ଧାରା ବିବରଣୀ କରି ଓଡିଶାର ଜନମାନସରେ ବେଶ ପରିଚିତି ଲାଭ କରିଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ଶାସନରେ ଓଡିଶା ତାର ହକ ଠାରୁ ସବୁବେଳେ ଅଧିକ ପାଇଛି । ଓଡିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜତି ଦାସ ଓ ସୋନାଲୀ ସାହୁ, ଦିଲୀପ ମଲ୍ଲିକ, ରମାରଂଜନ ବଳିଆରସିଂ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।