ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଗୌତମି ଗ୍ରାମ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଚମ୍ପିୟାନ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନେଲ ମୁକାବିଲା। ଆଜିର ଏହି ମ୍ୟାଚରେ ବମକେଇ ଓ ମହୁରୀକାଳୁଅ ମଧ୍ୟରେ ସଂଘର୍ଷପୁର୍ଣ ମ୍ୟାଚ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ବମକେଇ ଦଳ ୧୫୬ରନ ସଂଗ୍ରହ କରିଥିବା ବେଳେ ମହୁରୀକାଳୁଆ ଦଳ ଉକ୍ତ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲା । ଆଜିର ଏହି ଫାଇନେଲ ମ୍ୟାଚରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ଚିନ୍ମୟ ହୋତା , ପୂର୍ବତନ ବ୍ଲକ ଅଧକ୍ଷ ଲଷ୍ମୀ ପାତ୍ର, ଜୁରା ସମିତି ସଭ୍ୟ, ଏସ ଗୋପାଳପୁର ସରପଞ୍ଚ ଓ ଗୌତମି ଗ୍ରାମର କ୍ରୀଡା ପ୍ରେମୀ ତଥା ଯୁବ ସରପଞ୍ଚ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
Related Stories
November 22, 2024