
ଦିଗପହଣ୍ଡି :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଶ୍ରୀ ବାଙ୍କେଶ୍ଵରୀ ବିଦ୍ୟାପୀଠ ବଡଡୁମ୍ବୁଳା ସ୍ଥିତ ପୁରାତନ ଛାତ୍ର ସଂଗଠନ ତରଫରୁ 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଏବଂ ହିନ୍ଦୀ ଶିକ୍ଷକ ଶ୍ରୀ ମୁରଲୀ ଧର ସ୍ୱାଇଁ ଙ୍କ ପରିଚାଳନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l
ଛାତ୍ର ସଂଗଠନ ର ସଭାପତି ଅରବିନ୍ଦ ଭୂୟାଁ, ଉପସଭାପତି ବାଲାଜୀ ରେଡି, ସମ୍ପାଦକ ଶ୍ରୀହରି ପ୍ରଧାନ, ଯୁଗ୍ମ ସମ୍ପାଦକ ଅଧ୍ୟାପକ ଟୁନା ପଣ୍ଡା,ସଂଗଠନ ସମ୍ପାଦକ ରୋହିତ କୁମାର ପାତ୍ର ଉକ୍ତ ସଂଗଠନ କୁ ଆଗାମୀ ଦିନରେ ଏକ ସୁ ସଂଗଠନ କରିବା ପାଇଁ ପସ୍ତାବ ରଖିଥିଲେ l ସୁମନ୍ତ ପୁର ଗ୍ରାମର କାଶୀନାଥ ପାତ୍ର, ସୁବାସ ଦାସ, କାନକା ରେଡି ଓ ପୂର୍ଣ୍ଣ ଗୌଡ଼ ଉପସ୍ଥିତ ଥିଲେ l ଏହି ବୈଠକ କୁ ସିମାଞ୍ଚଳ ରେଡି ଧନ୍ୟବାଦ ଅର୍ପଣ କରିଥିଲେ l
ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ବିଦ୍ୟାଧର ଦାସ, ଦଣ୍ଡିଆ ସେଠି, ରବୀନ୍ଦ୍ର ପଟ୍ଟନାୟକ ଓ କୀଡା ଶିକ୍ଷକ ସିମାଞ୍ଚଳ ସାହୁ ଉପସ୍ଥିତ ରହି ସଂଗଠନ କୁ ଆଗକୁ ନେବାପାଇଁ ମାର୍ଗଦର୍ଶନ କରାଇଥିଲେ l