ଭୁବନେଶ୍ୱର– ଭୁବନେଶ୍ୱର ପାତ୍ରପଡା ଉଦୟଗିରି ବିହାର ଠାରେ ଅବସ୍ଥିତ ସରକାର ସ୍ୱୀକୃତି ପ୍ରାପ୍ତ କନ୍ୟା ଶିଶୁ ଗୃହ ରେ ୭୨ ତମ ସାଧାରଣତନ୍ତ୍ର ପାଳିତ ହୁଇଯାଇଛି. ଏହି ପବିତ୍ର ଗଣତନ୍ତ୍ର ଉତ୍ସବ ରେ ଅତିଥି ଭାବେ ଯୋଗଦାନ କରି ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ର ଶିଶୁ ସୁରକ୍ଷା ବିଭାଗ ର ମୁଖ୍ୟ ଶିଶୁ ସୁରକ୍ଷା ଅଧିକାରୀ ୍ୱାଣିଶ୍ରୀ ପଟ୍ଟନାୟକ ଏବଂ ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା, ଜୁଭେନାଲ୍ ଜଷ୍ଟିସ୍ ବୋର୍ଡ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ମିଳିତ ଭାବେ ପତାକା ଉତ୍ତାଳନ କରିଥିଲେ.ଗଣତନ୍ତ୍ର ସୁଦୃଢ ହେଲେ ଏବଂ ଜନସାଧାରଣ ଙ୍କ ହୃଦୟ ମଧରେ ରାଷ୍ଟ୍ର ବାଦ ସୃଷ୍ଟି ହେଲେ ଆଗାମୀ ଦିନରେ ଭାରତର ଅଗଣିତ ନାବାଳିକାମାନଙ୍କୁ ସୁରକ୍ଷା ଦେବାରେ ସହାୟ ହେବ ବୋଲିକହିଛନ୍ତି ଜୁଭେନାଲ୍ ଜଷ୍ଟିସ୍ ବୋର୍ଡ ସଦସ୍ୟା ନମ୍ରତା ଚଢ଼ା । ଅନ୍ୟ ଅତିଥି ମଧ୍ୟରେ ଅବସର ପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିରଞ୍ଜନ କର. ଚିକିତ୍ସକ ସୁବ୍ରତ ମେହେର ସାମାଜିକ କର୍ମୀ ନିତ୍ୟାନନ୍ଦ ସାହୁ ଗଣତନ୍ତ୍ର ଉତ୍ସବ ପାଳନ ଅବସରରେ ଯୋଗ ଦେଇ ନିଜ ନିଜ ଅଭିଭାଷଣ ଦ୍ୱାରା ଅନ୍ତେ ବାସି କୁନି କୁନି ପିଲା ମାନଙ୍କୁ ଗଣତନ୍ତ୍ର ର ମହତ୍ତ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ. ଅନୁଷ୍ଠାନ ରେ ବାସ କରୁଥିବା ୪୦ ଜଣ ଅନ୍ତେବାସୀ ଛାତ୍ର ଛାତ୍ରୀ ଜାତୀୟ ସଂଗୀତ, ରାଷ୍ଟ୍ର ଗାନ କରି ଉପସ୍ଥିତ ସମସ୍ତଙ୍କୁ ବିମୋହିତ କରି ଥିଲେ. ଏହାପରେ ଭିର୍ନକ୍ଷମ ନୃତ୍ୟ ଗୁରୁ ହରି ହର ଦେଓ ଙ୍କ ନେତୃତ୍ୱ ରେ ଅନ୍ତେ ବାସି ଛାତ୍ରୀ ମାନେ ଦେଶାତ୍ମ ବୋଧକ ସଂଗୀତ ରେ ନୃତ୍ୟ ପରିବେଷଣ କରିଥିଲେ. ଏହି ପବିତ୍ର ଉତ୍ସବ ରେ ଅନ୍ତେବାସୀ ଛାତ୍ରୀ ମାନେ ସାରାଦିନ ନୃତ୍ୟ କଳା . ସଂଗୀତ ପରିବେଷଣ, ଚିତ୍ରାଙ୍କନ ଅଙ୍କନ. ତର୍କ ପ୍ରତିଯୋଗିତା ରେ ଅତିବାହିତ କରିଥିଲେ. ପରିଚାଳନା କରିଥିଲେ ଅନୁଷ୍ଠାନ ର କୋଷାଧକ୍ଷ ଶ୍ରୀମତି ପାତ୍ର ଓ ଲିକୁନ ସାହୁ.