ସେ କହିଛନ୍ତି ଯେ ନୂଆ ସିଲାବସ୍ ଅଧୀନରେ ଆସୁଥିବା ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ଅର୍ଥାତ୍ ଯେଉଁମାନେ ୨୦୧୬ ମସିହା କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ହୋଇଛନ୍ତି ସେହି ଛାତ୍ରଛାତ୍ରୀଙ୍କ ପାଇଁ କମ କରା ଯାଇ୍ଥିବା ୟ ସିଲାବସ୍ରୁ ପ୍ରଶ୍ନ ଆସିବ ।
ସେ କହିଛନ୍ତି ଯେ ପ୍ରଶ୍ନପତ୍ରରେ ହାରାହାରି ୫୦% ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ମଲ୍ଟିପୁଲ୍ ଚଏସ୍ କୋଶ୍ଚିନର ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତରମୂଳକ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପ୍ସନ୍ ରହିବ । ସଂକ୍ଷିପ୍ତ ଉତରମୂଳକର ପ୍ରତି ପ୍ରଶ୍ନ ୨ କିମ୍ବା ୩ ମାର୍କର ରହିବା ନେଇ ସେ ସୂଚନା ଦେଇଛନ୍ତି ।