
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ଦେଶର ସମସ୍ତ କନ୍ୟା ସନ୍ତାନଙ୍କୁ ଅଭିବାଦନ ଜଣାଇଛନ୍ତି ।ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ରାଷ୍ଟ୍ରୀୟ କନ୍ୟା ଦିବସରେ, ଦେଶର ସମସ୍ତ ଝିଅମାନଙ୍କୁ ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତାକୁ ଅଭିବାଦନ ଜଣାଉଛୁ । କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି ଯାହା ମଧ୍ୟରେ ଶିକ୍ଷା, ଉତ୍ତମ ସ୍ଵାସ୍ଥ୍ୟସେବା ଏବଂ ଲିଙ୍ଗ ସମ୍ବେଦନଶୀଳତାକୁ ବୃଦ୍ଧି କରିବା ଇତ୍ୟାଦି ଅନ୍ତର୍ଗତ” ।