ଭଦ୍ରକ – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ପାଞ୍ଚପଡା ଗ୍ରାମରୁ ଏକ ବିରଳ ଧଳା ନାଗସାପ ଉଦ୍ଧାର ହୋଇଛି । ଯାହା ଛୋଟ ହେଲେ ମଧ୍ୟ ପ୍ରବଳ ଗର୍ଜନ କରୁଛି । ଖବର ପାଇ ବନବିଭାଗ ଉକ୍ତ ସାପଟିକୁ ଆୟତ କରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପାଂଚପଡା ଗ୍ରାମର ଗୋଲକ ଦାସଙ୍କ ଘର ନିକଟ ବିଲରୁ ଉକ୍ତ ସାପଟିକୁ ଲୋକେ ଦେଖିଥିଲେ । ଯାହା ବିରଳ ପ୍ରଜାତିର ବୋଲି ଜଣାପଡିଛି । ଏହି ସାପଟିର ଲମ୍ବ ୩.୫ ଫୁଟ୍ରୁ ଉଦ୍ଧ୍ୱର୍ ହୋଇଥିଲେ ମଧ୍ୟ ତାହାର ଫୁତ୍କାର ଭୟଙ୍କର ରହିଛି । ଏହି ବିରଳ ସାପଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ଚାନ୍ଦବାଲି ବନ ବିଭାଗକୁ ଖବର ଦେବାପରେ ସେମାନେ ସେ ଘଟଣା ସ୍ଥଳରେ ପହଞ୍ôଚ ସାପଟିକୁ ଉଦ୍ଧାର କରିଛନ୍ତି । ତେବେ ଏହି ବିରଳ ପ୍ରଜାତିର ସାପଟିକୁ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା ।