କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀରେ ବନାଟି ଗୁରୁ ରାମଚନ୍ଦ୍ର ସୁଆର 1990 ମସିହାରୁ ଶ୍ରୀଜଗନ୍ନାଥ ସମରକଳା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ, ପୁରୀଜିଲ୍ଲା ବନାଟି ଆସୋସିଏସନ, ଓଡିଶା ବନାଟି ଆସୋସିଏସନ, ଭାରତୀୟ ବନାଟି ମହାସଂଘ ଗଠନ କରି ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କୁ ବନାଟି କ୍ରୀଡା ପ୍ରଶିକ୍ଷଣ ଦେବା ସହିତ ପ୍ରତିଯୋଗିତା ଏବଂ ପରୀକ୍ଷା କରାଇ ଆସୁଥିଲେ |ପୁରୀ ସହରର ପାରମ୍ପରିକ ଐତିହ ପୂର୍ଣ୍ଣ ସମରକଳା ବନାଟି ପ୍ରଦର୍ଶନ କରି ସଦାସର୍ବଦା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନିଜକୁ ସମର୍ପିତ କରିଥିବା ପୁରୀ ବାସେଳୀ ସାହି ନୀଳମାଧଵ ଲେନର ନିବାସୀ ଓଡିଶାର ବନାଟି ଗୁରୁ ଶ୍ରୀରାମ ଚନ୍ଦ୍ର ସୁଆର ଙ୍କ ଆତ୍ମାର ସଦଗତି ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ |ଏଥି ସହିତ ସ୍ବଦେଶୀ ଜାଗରଣ ମଞ୍ଚ ପୁରୀ ମୁଖ୍ୟ ସଚ୍ଚି ନନ୍ଦନ ଦାଶ, ସିନର୍ଜି ଟ୍ରଷ୍ଟ ର ମୁଖ୍ୟ କୃଷ୍ଣ ଚନ୍ଦ୍ର ପାଢ଼ୀ,ସାହିଭାଇ ର ମୁଖ୍ୟ ବ୍ରଜବନ୍ଧୁ ମହାରଣା, ଲକ୍ଷ୍ମୀ ଧର ବେହେରା,ଶିକ୍ଷୟତ୍ରୀ ତଥା ସହୀଦ ବେଙ୍ଗ ପାଣିଆ ଙ୍କ ଭାଣେଜୀ ମୀରା ଦେବୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ଏହି ସମୟରେ ଗୁରୁଜୀଙ୍କ ସହଧର୍ମିଣୀ ଗୁରୁମା ସବିତା ସୁଆର, ପୁତ୍ର ଜଗନ୍ନାଥ ସୁଆର, ପୁତ୍ରୀ ଆଡ଼ଭୋକେଟ ଭା୍ନୁପ୍ରିୟା ସୁଆର, ଜାମାତା ଅଭିଜିତ ପଣ୍ଡା,ସାମ୍ବାଦିକ ତଥା ଗୁରୁଜୀ ଙ୍କ ଛାତ୍ର ବିଷ୍ଣୁଦତ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |