ପୁରୀ – ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡା଼ ଯାତ୍ରା ଓ ନୀଳାଦ୍ରି ପହଣ୍ଡି ବିଜେ ସମୟରେ ପୁରୀ ସହରର ପାରମ୍ପରିକ ଐତିହ ପୂର୍ଣ୍ଣ ସମରକଳା ବନାଟି ପ୍ରଦର୍ଶନ କରି ସଦାସର୍ବଦା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନିଜକୁ ସମର୍ପିତ କରିଥିବା ପୁରୀ ବାସେଳୀ ସାହି ନୀଳମାଧଵ ଲେନର ନିବାସୀ ଓଡିଶାର ବନାଟି ଗୁରୁ ଶ୍ରୀରାମ ଚନ୍ଦ୍ର ସୁଆର ଙ୍କ ଆତ୍ମାର ସଦଗତି ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ |
ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ, ଟ୍ରଷ୍ଟ ର ସଦସ୍ୟ ବୃନ୍ଦ ପଣ୍ଡିତ ବ୍ରିଜମୋହନ ଦାସ, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଗଣେଶ୍ୱର ପଣ୍ଡା, ତ୍ରିଲୋଚନ ତ୍ରିପାଠୀ,ଜିଓର ସ୍ୱାମୀ ମଠର ବୈଦିକ ବ୍ରାହ୍ମଣ ସ୍ମୃତି ଚାରଣ କରିଥିଲେ | ପୁରୀ ର ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ପୁରୀ ଡ୍ୟାନ୍ସ ଏକାଡେମୀ ର ମୁଖ୍ୟ ଆନ୍ତର୍ଜାତୀୟ ଗୋଟିପୁଅ ନୂର୍ତ୍ୟ ଗୁରୁ ନାରାୟଣ ପାଣ୍ଡେ ଏବଂ ତାଙ୍କ ଶିଷ୍ୟା ଗଣ, ସାମ୍ବାଦିକ ମଧୁସୂଦନ ମିଶ୍ର,ସାମ୍ବାଦିକ ସତ୍ୟ ଦାଶ, ସଂଗଠକ ଶ୍ୟାମ ପ୍ରକାଶ ସେନାପତି , ଗୋବିନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନକରିଥବା ବେଳେ ବାର୍ତ୍ତା ମାଧ୍ୟମରେ ଓଡିଶା ର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ, ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଭାରତୀୟ ରେଳ ସେବା ର ବରିଷ୍ଠ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର, ବିକାଶ କୁମାର, ସମାଜସେବୀ ବିଜୟ କୁମାର ଟେବ୍ରିବଲ ପ୍ରମୁଖ ଶୋକାବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଵା ପୂର୍ବକ ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କ ଓଡିଶା କ୍ରୀଡା ପ୍ରତି ଅବଦାନ କୁ ମନେପକାଇ ଥିଲେ |ଏହି ସମୟରେ ସାମ୍ବାଦିକ ତଥା ଗୁରୁଜୀ ଙ୍କ ଛାତ୍ର ବିଷ୍ଣୁଦତ୍ତ ଦାସ,ଗୁରୁମା ସବିତା ସୁଆର, ପୁତ୍ର ଜଗନ୍ନାଥ ସୁଆର, ପୁତ୍ରୀ ଆଡ଼ଭୋକେଟ ଭା୍ନୁପ୍ରିୟା ସୁଆର, ଜାମାତା ଅଭିଜିତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ |
ସୂଚନା ଯୋଗ୍ୟ ଦୀର୍ଘ ଦେଢ଼ ବର୍ଷ ଧରି କିଡ଼ନୀ ଜନିତ ରୋଗରେ ପୀଡିତ ହୋଇ ଗତବର୍ଷ ଦୀର୍ଘ ମାସଧରି ସମ ହସ୍ପିଟାଲରେ ଚିକିତ୍ସା ହୋଇ ସ୍ୱଗୃହକୁ ଫେରିବା ପରେ ଶ୍ରୀମନ୍ଦିର ସେବା କାର୍ଯ୍ୟରେ ନିଜକୁ କିଛିଦିନ ପାଇଁ ସମର୍ପିତ କରିଥିଲେ |କିନ୍ତୁ ବ୍ରେନଷ୍ଟ୍ରୋକ ହେବାପରେ ଏକତରଫ ପକ୍ଷାଘାତ ହୋଇ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଦୀର୍ଘ ୪ ମାସ ଧରି ଚିକିତ୍ସା ଧିନ ଥିଲେ |କରୋନା ଯୋଗୁଁ ଗୃହରେ ଚିକିତ୍ସାଧିନ ଥିବାବେଳେ ହଠାତ ସ୍ୱାସ୍ଥ୍ୟ ଅବସ୍ଥାର ଅବନତି ହୋଇ ବ୍ଲଡ଼ ସୁଗାର ଲେବୁଲ କମିଯାଇଥିବାରୁ ତାଙ୍କର ଦେହାନ୍ତ ହୋଇଥିଲା |
ପୁରୀରେ ରାମଚନ୍ଦ୍ର ସୁଆର 1990 ମସିହାରୁ ଶ୍ରୀଜଗନ୍ନାଥ ସମରକଳା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ, ପୁରୀଜିଲ୍ଲା ବନାଟି ଆସୋସିଏସନ, ଓଡିଶା ବନାଟି ଆସୋସିଏସନ, ଭାରତୀୟ ବନାଟି ମହାସଂଘ ଗଠନ କରି ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କୁ ବନାଟି କ୍ରୀଡା ପ୍ରଶିକ୍ଷଣ ଦେବା ସହିତ ପ୍ରତିଯୋଗିତା ଏବଂ ପରୀକ୍ଷା କରାଇ ଆସୁଥିଲେ |