-
ଭିତ୍ତିଭୂମି ବିକାଶ ଯୋଗୁଁ ଆତ୍ମନିର୍ଭର ଭାରତର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ଆସାମ – ପ୍ରଧାନମନ୍ତ୍ରୀ
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଏକ ଲକ୍ଷରୁ ଅଧିକ ଲୋକେ ଜମି ଅଧିକାର ପାଇଥିବାବେଳେ ଶିବସାଗର ଲୋକଙ୍କର ଗୋଟିଏ ବଡ ଚିନ୍ତା ଦୂର ହୋଇଛି । ସେ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଆସାମର ସ୍ଥାନୀୟ ଲୋକଙ୍କ ଆତ୍ମସମ୍ମାନ, ସ୍ୱାଧିନତା ଏବଂ ସୁରକ୍ଷା ସହିତ ଜଡିତ । ଦେଶ ପାଇଁ ବଳିଦାନ ଦେଇଥିବା ଶିବସାଗର ଗୁରୁତ୍ୱ ସଂକ୍ରାନ୍ତରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଆସାମ ଇତିହାସରେ ଶିବସାଗରର ଗୁରୁତ୍ୱକୁ ଧ୍ୟାନରେ ରଖି ଶିବସାଗରକୁ ଦେଶର 5ଟି ପ୍ରମୁଖ ପ୍ରତ୍ନତାତ୍ୱିକ ସ୍ଥାନ ମଧ୍ୟରେ ସାମିଲ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଦେଶ ନେତାଜୀଙ୍କୁ ତାଙ୍କର 125ତମ ଜନ୍ମବାର୍ଷିକୀରେ ମନେପକାଉ ଥିବାରୁ 23 ଜାନୁଆରୀକୁ ‘ପରାକ୍ରମ ଦିବସ’ ଭାବ ପାଳନ କରାଯାଉଛି । ଆଜି ମଧ୍ୟ ଭାରତ ଗଠନର ପ୍ରେରଣାକୁ ପାଳନ କରିବାପାଇଁ ପରାକ୍ରମ ଦିବସରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ନେତାଜୀଙ୍କ ବୀରତ୍ୱ ଓ ବଳୀଦାନ ଏବେ ବି ଆମକୁ ପ୍ରେରଣା ଯୋଗାଉଛି । ଭାରତରତ୍ନ ଭୂପେନ ହଜାରିକାଙ୍କ ପଂକ୍ତିକୁ ଉଦ୍ଧାର କରି ସେ ଜମିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ।
ଏହାର ଅର୍ଥ ହେଉଛି ମାଟି ମା’, ମୋତେ ଗୋଟିଏ ପାଦ ସ୍ଥାନ ଦିଅ । ତୁମ ବିନା ଚାଷୀର ମାନେ କ’ଣ ? ଜମି ବିନା ସେ ଅସହାୟ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ଏତେ ବର୍ଷ ପରେ, ଆସାମରେ ଲକ୍ଷାଧିକ ପରିବାର ଅଛନ୍ତି ଯେଉଁମାନେ ପୂର୍ବରୁ ଜମିରୁ ବଞ୍ଚିତ ହୋଇଥିଲେ । ସେ ଦର୍ଶାଇଛନ୍ତି ଯେ ଯେତେବେଳେ ସୋନୱାଲ ସରକାର କ୍ଷମତାକୁ ଆସିଲେ 6ଲକ୍ଷରୁ ଅଧିକ ଆଦିବାସୀ କାଗଜପତ୍ର ନଥିବାରୁ ସେମାନଙ୍କ ଜମି ଦାବି କରିପାରୁନଥିଲେ । ସୋନୱାଲ ସରକାରଙ୍କର ନୂତନ ଜମି ନୀତି ଏବଂ ଆସାମବାସୀଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧିତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଜମି ପଟ୍ଟା ଦ୍ୱାରା ଆସାମର ମୂଳ ବାସିନ୍ଦାଙ୍କର ବହୁଦିନର ଦାବି ପୂରଣ ହୋଇପାରିଛି । ଏହା ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ବାଟ ଫିଟାଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ଜମି ଅଧିକାର ସହିତ ହିତାଧିକାରୀମାନେ ବିଭିନ୍ନ ଯୋଜନାରୁ ନିଶ୍ଚିତ ଉପକୃତ ହେବେ, ଯାହା ସେମାନେ ପିଏମ୍ କିଷାନ ସମ୍ମାନ ନିଧି, କିଷାନ କ୍ରେଡିଟ୍ କାର୍ଡ, ଶସ୍ୟ ବୀମା ନୀତି ଆଦି ନୀତିରୁ ବଞ୍ଚିତ ହେଉଥିଲେ । କେବଳ ଏତିକି ନୁହେଁ, ସେମାନେ ଏଣିକି ବ୍ୟାଙ୍କ୍ରୁ ଋଣ ମଧ୍ୟ ପାଇପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଦ୍ରୁତ ବିକାଶ ସହିତ ଆଦିବାସୀମାନଙ୍କର ସୁରକ୍ଷା ପାଇଁ ସରକାରଙ୍କର ପ୍ରତିବଦ୍ଧତା ରହିଛି । ସେ କହିଛନ୍ତି ଯେ ଆସମାର ଭାଷା ଏବଂ ଏହାର ସାହିତ୍ୟକୁ ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଅନୁରୂପ ଭାବେ ପ୍ରତ୍ୟେକ ସମ୍ପ୍ରଦାୟର ମହାନ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଉଛି । ଗତ ସାଢେ 4ବର୍ଷ ମଧ୍ୟରେ, ଐତିହାସିକ, ଧାର୍ମିକ ଓ ଆଧ୍ୟତ୍ୱିକ ସ୍ଥଳଗୁଡିକୁ ସଂରକ୍ଷିତ କରି ରଖିବାପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଜବରଦଖଲମୁକ୍ତ ଓ ଏହାର ବିକାଶ ପାଇଁ ତ୍ୱରିତ ପ୍ରଦକ୍ଷେପ ନିଆଯାଉଛି ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ପାଇଁ ଉତ୍ତର ପୂର୍ବ ଓ ଆସାମର ଦ୍ରୁତ ବିକାଶ ଜରୁରୀ । ଆତ୍ମନିର୍ଭର ଆସାମର ରାସ୍ତା ଆସାମ ଲୋକଙ୍କ ବିଶ୍ୱାସ ଦେଇ ଗତିକରେ । ଯେତେବେଳେ ମୌଳିକ ସୁବିଧା ସହିତ ଭିତ୍ତିଭୂମିର ବିକାଶ ହେବ ସେତେବେଳେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବର୍ଷ ବର୍ଷ ଧରି ଏହି ଦୁଇ କ୍ଷେତ୍ରରେ ଆସାମରେ ଅକଳନୀୟ କାର୍ଯ୍ୟ କରାଯାଇଛି । ଆସାମରେ ପ୍ରାୟ 1.75କୋଟି ଗରିବ ଲୋକଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ଏହି ଆକାଉଣ୍ଟ ଯୋଗୁଁ କରୋନା ସମୟରେ ହଜାର ହଜାର ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯାଇ ପାରିଛି । ଆସାମରେ ଜନସଂଖ୍ୟାର 40 ପ୍ରତିଶତ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 1.5ଲକ୍ଷ ଲୋକ ମାଗଣା ଚିକିସôା ସୁବିଧା ପାଇଛନ୍ତି । ଆସାମରେ ଶୌଚାଳୟ ନିର୍ମାଣ ଗତ 6ବର୍ଷରେ 38 ପ୍ରତିଶତରୁ 100 ପ୍ରତିଶତକୁ ବୃଦ୍ଧି ପାଇଛି । ପାଞ୍ଚ ବର୍ଷ ପୂର୍ବେ 50 ପ୍ରତିଶତରୁ କମ୍ ପରିବାର ବିଦୁ୍ୟତ୍ ବ୍ୟବହାର କରୁଥିଲେ, ବର୍ତ୍ତମାନ ଏହା ପ୍ରାୟତଃ 100 ପ୍ରତିଶତ ପରିବାର ନିକଟରେ ପହଞ୍ଚିଛି । ଜଳ ଜୀବନ ମିଶନ ଯୋଜନାରେ ଆସାମରେ ଗତ 1.5 ବର୍ଷ ମଧ୍ୟରେ 2.5ଲକ୍ଷ ଘରକୁ ପାଇପ୍ ଯୋଗେ ପାନୀୟଜଳ ସଂଯୋଗ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସୁବିଧା ମୁଖ୍ୟତଃ ମହିଳାମାନଙ୍କୁ ଅଧିକ ଲାଭ ଦେଇଥାଏ । ଉଜ୍ୱଳା ଯୋଜନାରେ 35ଲକ୍ଷ ପରିବାରଙ୍କ ରୋଷେଇ ଘରେ ଗ୍ୟାସ ସଂଯୋଗ ହୋଇଥିବାବେଳେ ଏଥିରୁ 4ଲକ୍ଷ ହେଉଛନ୍ତି ଏସ୍ସି/ଏସ୍ଟି ବର୍ଗର । 2014ରେ ଏଲ୍ପିଜି ଗ୍ୟାସ ସଂଯୋଗ 40 ପ୍ରତିଶତ ଥିବାବେଳେ ଏବେ ତାହା 99 ପ୍ରତିଶତରେ ପହଞ୍ଚିଛି । 2014ରେ 330 ଟି ଗ୍ୟାସ ବିତରକ ଥିବାବେଳେ ଏବେ ତାହା 576ରେ ପହଞ୍ଚିଛି । କରୋନା ସମୟରେ 50ଲକ୍ଷରୁ ଅଧିକ ମାଗଣା ଗ୍ୟାସ ସିଲିଣ୍ଡର ବଣ୍ଟନ କରାଯାଇଛି । ଉଜ୍ୱଳା ଯୋଜନା ଏହି ଅଞ୍ଚଳର ମହିଳାଙ୍କ ଜୀବନକୁ ସହଜ କରିଥିବାବେଳେ ନୂତନ ବଣ୍ଟନ କେନ୍ଦ୍ର ଦ୍ୱାରା ନୂଆ ରୋଜଗାର ସୃଷ୍ଟି ହୋଇଛି ।
ତାଙ୍କ ସରକାରର ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ମନ୍ତ୍ର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସମସ୍ତ ବର୍ଗର ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚାଉଛନ୍ତି । ଦୀର୍ଘ ବର୍ଷ ଧରି ଅବହେଳା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ଚାଇ ଜନଜାତିର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସେ ଦର୍ଶାଇଛନ୍ତି । ଏହି ଜନଜାତିର ଘର ଗୁଡିକରେ ଶୌଚାଳୟ ସୁବିଧା ସହିତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ, ସ୍ୱାସ୍ଥ୍ୟ ସୁବିଧା ଏବଂ ନିଯୁକ୍ତି ପାଇଛନ୍ତି । ଚାଇ ଜନଜାତିର ଲୋକେ ବ୍ୟାଙ୍କିଙ୍ଗ୍ ସୁବିଧା ସହିତ ଯୋଡିହେବା ସଂଗେ ସଂଗେ ବିଭିନ୍ନ ଯୋଜନାର ସୁବିଧା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ପାଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଶ୍ରମିକ ନେତା ସନ୍ତୋଷ ଟୋପ୍ନୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଏହି ଜନଜାତିର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।