ଭୁବନେଶ୍ୱର – କମିଶନରେଟ ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ୩୧ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସେହିପରି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଅଭିଯୋଗରେ ୧୧୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ମୋଟର ଯାନ ଆଇନ୍ ଓ ଓଡିଶା ସହରାଂଚଳ ପୋଲିସ ଆଇନ୍ ଉଲ୍ଲଂଘନ କରିଥିବା ୩୮୫ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
ଉଲ୍ଲଂଘନ ମାମଲାରେ ୧୪ ଗିରଫ
ଭୁବନେଶ୍ୱର – ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୪ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୮୪୯ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୬,୧୨,୮୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।