ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୩୨୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୩୪,୫୭୬ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୧୯୦ ଜଣଙ୍କର ମୃତ୍ୟୁ ଘଟିଛି ।
ପୁଡୁଚେରୀ ଗତ ୨୪ ଘଂଟାରେ କରୋନାର ୨୨ ନୂଆ ମାମଲା
ପୁଡୁଚେରୀ , ମଣିପୁରରେ ଗତ ୨୪ ଘଂଟାରେ ୨୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୮,୭୪୯ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୬୪୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୫୭୪ କରୋନାର ନୂଆ ମାମଲା
ଚେନ୍ନାଇ, ତାମିଲନାଡୁରେ ଗତ ୨୪ ଘଂଟାରେ ୫୭୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୩୩,୫୮୫ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୨,୩୦୭ ହୋଇଛି ।