ଏହି ଅବସରରେ ଏକ ବାର୍ତାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ସେମାନଙ୍କର ନିଷ୍ଠା ଓ ପରାକାଷ୍ଠା ଦେଖାଇଛନ୍ତି । ଚାଷୀ ଏବଂ ଚାଷର ଉନ୍ନତି ପାଇଁ କଂଗ୍ରେସ ଦଳ ତତ୍ପରତାର ସହ କାର୍ଯ୍ୟ କରି ଆସିଛି । କିନ୍ତୁ ଆଜି କେନ୍ଦ୍ରର ବିଜେପି ସରକାର କଳା କୃଷି ଆଇନ୍ କାର୍ଯ୍ୟକାରୀ କରି ଅନ୍ନଦାତାମାନଙ୍କୁ ଦୁର୍ଦିନ ଭିତରକୁ ଠେଲି ଦେଇଛନ୍ତି । ଏପରିକି ଆନ୍ଦୋଳନରତ ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାର କାଣିଚାଏ ଦରଦ ପ୍ରକାଶ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ ସଂପର୍କରେ ସମସ୍ତ କଂଗ୍ରେସ କର୍ମୀ ଏହାକୁ ବିରୋଧ କରି ଜନସଚେତନତା ସୃଷ୍ଟି କରିବା ପ୍ରଥମ ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଦିପକ ମହାପାତ୍ର, ସତ୍ୟବ୍ରତ ନାୟକ, ମାନସ ଆଚାର୍ଯ୍ୟ ଲିଙ୍ଗରାଜ ସାହୁ, ସ୍ୱାଧିନବାଳା ଦାସ, ପ୍ରଣତି ମିଶ୍ର, କୁସୁମ ପ୍ରଧାନ, ପ୍ରକାଶ ମିଶ୍ର, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, ଏମ୍.ଡି. ଶାହାଦୁଲ୍ଲା, ନରୋତମ ନାୟକ, ସଂଜୟ ମିଶ୍ର, ସଂକୁନା କହଁର, ଶ୍ରିୟାସ୍ମିତା ପଣ୍ଡା, ନିରଞ୍ଜନ ନାୟକ, ସୁବାସ ପ୍ରଧାନ, ଜୟକୃଷ୍ଣ ମଲିଆ, ଜୟକୃଷ୍ଣ ସୁବୁଦ୍ଧି, ସଂଜୀବ ମହାନ୍ତି, ତାପସ ସେଠୀ, ଶୈଳେନ୍ଦୁ ମଜୁମଦାର, ମୁନି ଥାପା, ମନୋରଞ୍ଜନ କୁଣ୍ଡୁ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।