
କନ୍ଧମାଳ – କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେବେ ବୋଲି କନ୍ଧମାଳ ଗସ୍ତ ବେଳେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ । ୧୧ ତାରିଖ ଶୁକ୍ରବାର ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲା ଡାକ୍ତରଖାନା ପରିଦର୍ଶନରେ ଆସିଥିବା ଅବସରରେ ମିଳିତ ନାଗରିକ କମିଟିକୁ ଏହି ପ୍ରତିଶୃତି ଦେଇଥିବା କମିଟିର ସଭାପତି ଡ. ଅରୁପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ୫-ଟି କାର୍ଯ୍ୟକ୍ରମ କେମିତି ଚାଲିଛି ସେ ସମ୍ପର୍କରେ ସମୀକ୍ଷା ବୈଠକ ପରେ ନାଗରିକ କମିଟିର ପ୍ରତିନିଧି ତାଙ୍କୁ ଭେଟି କନ୍ଧମାଳରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ବେଳେ କନ୍ଧମାଳ ଜିଲ୍ଲାକୁ ଅଗ୍ରାଧିକାର ଦେବାକୁ ନିଷ୍ପତି କରିଥିବା ସଚିବ ପ୍ରତିନିଧିମାନଙ୍କୁ କହିବା ସହ ଏଥିପାଇଁ ଅନଶନ କିମ୍ବା ଆନେ୍ଦାଳନ ନକରିବାକୁ ଅନୁରୋଧ କରିଥିବା ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି । ତେବେ ଏହି ଆଲୋଚନା ଆନୁÂାନିକ ନଥିଲା ଏବଂ ସରକାରଙ୍କ ଆନୁÂାନିକ ଘୋଷଣା ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁ ରହିବ ବୋଲି କନ୍ଧମାଳ ମିଳିତ ନାଗରିକ କମିଟି ତରଫରୁ ସୂଚନା ଦିଆଯାଇଛି ।