ନୂଆଦିଲ୍ଲୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ।ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ \’ପରାକ୍ରମ ଦିବସ\’ ଭାବେ ପାଳନ କରିବା ଯଥାର୍ଥ । ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ ।ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅତୂଳନୀୟ ଅବଦାନ ଦେଇଥିଲେ । ନେତାଜୀଙ୍କ ଦେଶ ପ୍ରେମ ଓ ତ୍ୟାଗ ଆମକୁ ସବୁବେଳେ ଉଦବୁଦ୍ଧ କରୁଥିବ । ସ୍ୱାଧୀନତାର ଯେଉଁ ଉତ୍ସାହକୁ ସେ ଅଙ୍ଗୀକାର କରିଥିଲେ ଆମେ ସେଥିପାଇଁ ପ୍ରତିବଦ୍ଧ ।