ନୂଆଦିଲ୍ଲୀ,କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ରାତିରେ ଏକ ବିସ୍ଫୋରକ ନେଇ ଯାଉଥିବା ଟ୍ରକ ବିସ୍ଫୋରଣ ମାମଲାରେ ଅନେକ ଲୋକ ହତାହତ ହେବା ନେଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟୁଇଟ୍ରେ କୁହାଯାଇଛି ଯେ ଶିମୋଗା ଦୁର୍ଘଟଣାରେ ସେ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ମୁଁ ପ୍ରାର୍ଥନା କରୁଛି ଯେ ସମସ୍ତ ଆହତ ଶୀଘ୍ର ସୁସ୍ଥ ହୁଅନ୍ତୁ । ପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି ବୋଲି ସେ ଟ୍ୱିଟ କରି କହିଛନ୍ତି ।