କନ୍ଧମାଳ – ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଆସିଛି ୩ଟି ନୂଆ ଆମ୍ବୁଲାନ୍ସ । ନୂଆଦିଲ୍ଲୀର ଆରଇସି ପିଡିସିଏଲ କମ୍ପାନୀ ପକ୍ଷରୁ ସିଏସଆର ସ୍କିମରେ ଏହି ୩ଟି ଆମ୍ବୁଲାନ୍ସ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ମିଳିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ଜିଲ୍ଲାରେ ଥିବା ଅନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋÂି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୮ଟି ଆମ୍ବୁଲାନ୍ସ ଥଲା । ହେଲେ ସେଥି ମଧ୍ୟରୁ ପ୍ରାୟ ୭ଟି ଅଚଳ ହୋଇ ପଡିଥିବା ବେଳେ ୨୧ଟି ଏବେ ସଚଳ ଅଛି । ତେବେ ସେହି ୨୧ଟି ମଧ୍ୟରୁ କିଛି ଆମ୍ବୁଲାନ୍ସ ୧୫ ବର୍ଷରୁ ଅଧିକ ହୋଇଯାଇଥିବାରୁ ତାହା ମଧ୍ୟ କିଛି ଦିନ ମଧ୍ୟରେ ଅଚଳ ହୋଇଯିବ । ତେଣୁ ଏହି ପରିପ୍ରେକ୍ଷିରେ ୩ଟି ନୂଆ ଆମ୍ବୁଲାନ୍ସ ଆସିଥିବାରୁ ରୋଗୀସେବାରେ ସହାୟକ ହେବ ବୋଲି ସିଡିଏମଓ ଡା. ସମିର କୁମାର ଦାସ ପ୍ରକାଶ କରିଛନ୍ତି ।
Related Stories
November 23, 2024