କେନ୍ଦୁଝର– କେନ୍ଦୁଝର ରେ ଦୀର୍ଘ ଆଠ ମାସ କାଳ ଦରମା ନ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ କାର୍ଯ୍ୟାଳୟକୁ ଆଜି ଶୁକ୍ରବାର ଦିନ ଘେରିଛନ୍ତି କଳା ଓ କ୍ରୀଡା ଶିକ୍ଷକମାନେ । ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କଳା ଅନ୍ତର୍ନିହିତ କ୍ରୀଡା କୁ ଉଜାଗର କରିବା ପାଇଁ ସବୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଓ କ୍ରୀଡା ଶିକ୍ଷକ ନିଯୁକ୍ତ କଲେ । ଏମାନଙ୍କୁ ମାସକୁ ମାସ ଦରମା ମଧ୍ୟ ଦେଲେ । ହେଲେ କରୋନା ମହାମାରୀ ସମୟରେ ରାଜ୍ୟ ର ଅନେକ ବିଦ୍ୟାଳୟରେ କଳା ଓ କ୍ରୀଡା ଶିକ୍ଷକ ଙ୍କର ଦରମା ମେ ମାସ ୨୦୨୦ ରୁ ବନ୍ଦ କରିଦେଲେ । ଏହା ସହ ଶହେ ରୁ କମ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ଗୁଡୁକର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଦରମା ମଧ୍ୟ ମାର୍ଚ୍ଚ ମାସରୁ ବନ୍ଦ କରି ଦିଆ ଯାଇଛି । ଏହି ଏକ ବର୍ଷ ଧରି ଏହି ଶିକ୍ଷକ ମାନେ ବିନା ଦରମା ରେ କୋଭିଡ କାମ ମଧ୍ୟ କରୁଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କର ଦରମା ଦେବା ନେଇ କୈାଣସି ଘୋଷଣା କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ବାଧ୍ୟ ହୋଇ ଆଜି ସମଗ୍ର ଜିଲ୍ଲାରୁ ପ୍ରାୟ ୨୫୦ ରୁ ଉର୍ଦ୍ଧ କଳା ଓ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ବିରାଟ ଶୋଭାଯାତ୍ରା ରେ ଆସି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ କାର୍ଯ୍ୟାଳ୍ୟ ଘେରିବା ସହ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଅନ୍ୟ କିଛି ଜ୍ଲିଲ୍ଲାର ଶିକ୍ଷକ ମାନଙ୍କୁ ଏକ ବର୍ଷର ଦରମା ପ୍ରଦାନ କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲା ର ଅଧୀକାରୀ କାହିକିଁ ଦରମା ଦେଉ ନାହାନ୍ତି ବୋଲି ଜିଲ୍ଲା କଳା ଓ କ୍ରିଡା ମହାସଙ୍ଘ ସଂପାଦକ ବିଶ୍ୱନାଥ ନାଏକ ଓ ସଭାପତି ଦୀନମଣି ମହାନ୍ତ ପ୍ରମୁଖ ପ୍ରଶ୍ନ କରିଛନ୍ତି । ଦରମା ନ ପାଇବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନ ରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କର ପ୍ରତିକ୍ରୀୟା ମିଳି ପାରି ନାହିଁ ।