ଜୟପୁର– ଜୟପୁର ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ପବ୍ଲିକ ରାଇଟ୍ସ ଆସୋସିଏସନ ମଣ୍ଡିରେ ଥିବା ସମସ୍ତ ଧାନ କ୍ରୟ କରିବା ଦାବୀରେ ଆସୋସିଏସନର ସଦସ୍ୟଙ୍କ ସହ ଚାଷୀମାନେ ବିକ୍ଷୋଭ କରିଛନ୍ତି । ଯଦି ପ୍ରଶାସନ ତୁରନ୍ତ ଚାଷୀଙ୍କ ଧାନ ନ ଉଠାଇବେ ଆନ୍ଦୋଳନ ତ୍ରିବ ହେବ ବୋଲି ଚେତାବନି ଦେଇଛନ୍ତି । ଆସୋସିଏସନର ଅବିଭକ୍ତ କୋରାପୁଟ ଜିଲା ସଭାପତି ଦେବେନ୍ଦ୍ର ବାହିନିପତି ଙ୍କ ଆହ୍ୱାନରେ ଆୟୋଜିତ ଏହି ବିକ୍ଷୋଭରେ କଙ୍ଗା ଓ କାଳିଆ ଗାଁର ଶତାଧିକ ଚାଷୀ ମଧ୍ୟ ସାମିଲ ହୋଇଥିଲେ । କାଳିଆ ଗାଁର ଚାଷୀମାନେ ଅଭିଯୋଗ କରିଛନ୍ତି ୧୫ ତାରିଖରୁ ମଣ୍ଡିରେ ଧାନ ଗଛିତ କରି ରଖାଯାଇଛି । ଶୀତ କାକରରେ ଚାଷୀମାନେ ଧାନକୁ ଅପେକ୍ଷା କରିଥିବା ବେଳେ ୧୨୧ ଚାଷୀର ୧୨ ହଜାର କ୍ୱିଇଂଟାଲ ଧାନ ଗଛିତ ଅଛି । ସେହିପରି କଙ୍ଗା ମଣ୍ଡିରେ ୧୫୦ ଚାଷୀଙ୍କ ୯ ହଜାର ୫ ଶହ କ୍ୱଇଂଟାଲ ଧାନ ଗଛିତ ଅଛି । ସରକାର ଅନ୍ୟ ସବୁ ମଣ୍ଡିରେ ଧାନ ଉଠାଇବା ପାଇଁ ଦ୍ୱିତୀୟ ଥର ଟାର୍ଗେଟ ଦେଇଥିବା ବେଳେ ଏଠାରେ ଦିଆଯାଇ ନାହିଁ । ତେଣୁ ପ୍ରଶାସନ ମଣ୍ଡିରେ ଥିବା ସବୁ ଧାନ ଉଠାଇବାକୁ ଚାଷୀମାନେ ଦାବୀ କରି ବିକ୍ଷୋଭ କରିଛନ୍ତି । ଏମିତିକି ଚାଷୀଙ୍କ ୧୫୦ ରୁ ଅଧିକ ଧାନ ବସ୍ତା ମଣ୍ଡିରୁ ଚୋରି ହୋଇ ଗଲାଣି । ବର୍ତମାନ ରବି ଫସଲ ପାଇଁ କେନାଲରେ ପାଣି ଛଡାଯାଇଥିବା ବେଳେ କେବେ ପ୍ରଶାସନ ଧାନ ଉଠାଇବ ଟଙ୍କା ଦେବ ରବି ଫସଲ କେବେ ଆରମ୍ଭ କରିବୁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ଏହି ବିକ୍ଷୋଭରେ ଅମର ଲାଲା ଆଜୁହା, ମିନ କେତନ ପରିଛା, ସାହେବ ମହାରଣା, ରାଜେନ୍ଦ୍ର ପାତ୍ର, କେନ୍ଦ୍ରିୟ ପାଣିଗ୍ରାହୀ, ରାଧା କୃଷ୍ଣ ପାଢୀ, ଦିନେଶ ନନ୍ଦ, ହରି ହର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।