
ଜୟପୁର– ଜୟପୁର ଜଳ ସେଚନ କୋଲନୀରେ ଥିବା ଉଠା ଜଳ ସେଚନ ବିଭାଗ କାର୍ଯ୍ୟାଳୟ କୁ ଘେରାଉ କରାଯାଇଛି । ଜୟପୁର ଉପଖଣ୍ଡର ବିଭିନ୍ନ ପଂଚାୟତର ଚାଷୀ ମାନେ ଦୀର୍ଘ ଦିନରୁ ଚାଷ କାର୍ଯ୍ୟ ପାଇଁ ନଳକୁପ ଖନନ ସକାଶେ ଆବେଦନ ସହ ଆବଶ୍ୟକୀୟ ଟଙ୍କା ଜମା ଦେଇଥିଲେ । ସେମାନଙ୍କ ଜମିରେ ନଳ କୁପ ଖୋଳା ଯାଇ ନାହିଁ । ତେଣୁ ଚାଷି ସଙ୍ଗରେ ନେଇ ପବ୍ଲିକ ରାଇଟ୍ସ ଆସୋସିଏସ ତରଫରୁ ବିଭାଗୀୟ ଅଧିକାରି ଙ୍କ ସହ ସାକ୍ଷାତ କରି ବିଳମ୍ବର କାରଣ ବୁଝିବା ସହ ଯଥା ଶିଘ୍ର ନଳକୁପ ଖନନ କରିବା ପାଇଁ ଦାବି କରିଥିଲେ । ଏହି ସମୟରେ ସଂଗଠନର ସଭାପତି ଦେବେନ୍ଦ୍ର ବାହିନିପତି,ଅମର ଲାଲ ଆହୁଜା, ଗୌର ଦାସ, ରମେଶ ବିଷୋୟୀ, ପଦନ ମାଳି, ଦୈଇତାରି ମାଳି, ସୁରେନ୍ଦ୍ର ନାୟକ, କାର୍ତିକ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।