ମାଲକାନଗିରି – ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଠାରେ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ସ୍ୱାଭିମାନ ଅଞ୍ଚଳ ବଡ଼ପଦର, ବଡ଼ପଡା, ରାଲେ ଗlଡ଼l, ପାପରମେଟଲା, ଧୂଳିପୁଟ, ଗାଜୁଲୁମାମୁଡ଼ି, ପଣସପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି ଓ ଯନ୍ତ୍ରୀ ଅଂଚଳର ଆଶା ତଥା ଅଙ୍ଗନବାଡି କର୍ମି, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ମାନଙ୍କୁ ମଶାରି ବ୍ୟବହାର, ମଶାରି ବଣ୍ଟନ ଉପରେ ଏବଂ ମାଲକାନଗିରି ଜିଲାରେ ମେଲେରିଆ ସଂଖ୍ୟା ବଢ଼ୁଥିବା ରୁ ତାକୁ ରୋକିବାକୁ ନୂଆ କରି ସର୍ଭେ କରି ମଶାରୀ ବଣ୍ଟନ ଓ ବ୍ୟବହାର ଉପରେ ତାଲିମ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ ନେତୃତ୍ୱ ନେଇଥିବା ବେଳେ କାର୍ଯ୍ୟକ୍ରମକୁ ଏଲଟିଏମ ତନ୍ମୟ ବାଛଲ ଓ ବିଇ ମହେଶ୍ୱର ନାୟକ ପରିଚାଳନା କରିଥିଲେ ।
Related Stories
November 23, 2024