
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ଗାଁ ପଚାଂୟତ ଉପନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥି ସତୀଶ ରଞ୍ଜନ ତାରିଣୀ ନିଦ୍ୱର୍ନ୍ଦରେ ସରପଚଂ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ସରପଚଂ ପ୍ରଶାନ୍ତ ତାରିଣୀଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ଏହି ସରପଚଂ ପଦବୀ ପାଇଁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାରର ଦିନ ଥିବାରୁ ବିଜେପି ସମର୍ଥିତ ଦୁଇ ଜଣ ପ୍ରାର୍ଥୀ ଲଳିତ କୁମାର ସ୍ୱାଇଁ ଓ ପ୍ରବୀଣ ସ୍ୱାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ବିଜେଡ଼ି ସମର୍ଥିତ ପ୍ରାର୍ଥି ସତୀଶ ରଞ୍ଜନ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନେଇ ବେଗୁନିଆ ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି ।