
ଜୟପୁର- ଜୟପୁର ବ୍ଲକ ଅନ୍ତା ପଂଚାୟତ ଅନ୍ତର୍ଗତ ବାଗ୍ରାଗୁଡା ରେ ଏକ ଭଲିବଲ ଟୁଣ୍ଣାମେଂଟ ଉଦଯାପିତ ହୋଇଛି । ଏଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ଉପ ବିଜୟୀ ଦଳକୁ ପୁରଷ୍କାର ପ୍ରଦାନ କରିଥିଲେ । ଉଦ୍ଯାପିତ ଖେଳରେ ଜୟନଗର ବନାମ ତଗରିଆ ମଧ୍ୟରେ ଖେଳ ହୋଇଥିଲା । ଏହି ସଂଘର୍ଷପୁର୍ଣ୍ଣ ଖେଳରେ ଜୟନଗର ଟିମ ବିଜୟୀ ହୋଇଥିଲେ । ପ୍ରଥମେ ଅନ୍ତା ଗ୍ରାମବାସୀ ବାଜା ନାଚ, ଗୀତରେ ବିଧାୟକ ବାହିନିପତିଙ୍କୁ ସ୍ୱାଗତ କରିଥିବା ବେଳେ ବିଧାୟକ ମଧ୍ୟ ଗ୍ରାମବାସୀଙ୍କ ସହ ନାଚି ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ଗା ଶଙ୍କର ସାହୁ, ତ୍ରୀପତି ପଣ୍ଡା, ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।