ବିଗତ 24 ଘଣ୍ଟା ମଧ୍ୟରେ 16,988 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ଫଳରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ 3327 ହ୍ରାସ ପାଇଛି ।
ସକ୍ରିୟ କରୋନା ମାମଲା ଗୁଡ଼ିକ ମଧ୍ୟରୁ 72% କେବଳ ଆସିଛି ମାତ୍ର ୫ ରାଜ୍ୟରୁ । 34 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 10 ହଜାରରୁ କମ୍ ସକ୍ରିୟ ମାମଲା ରହିଛି। ଭାରତରେ ଦୈନିକ ନୂଆ କରୋନା ମାମଲାରେ ଦ୍ରୁତ ହ୍ରାସ ହେଉଥିବାରୁ ସକ୍ରିୟ କରୋନା ମାମଲା ମଧ୍ୟ ହ୍ରାସ ପାଉଛି । ବିଗତ 7 ଦିନ ଧରି ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ କମ୍ କୋଭିଡ-19 ମାମଲା ଚିହ୍ନଟ ହେବା କ୍ଷେତ୍ରରେ ବିଶ୍ୱରେ ଭାରତ ଅନ୍ୟତମ ରାଷ୍ଟ୍ର ।
2021ଜାନୁଆରୀ 20 ତାରିଖ ସକାଳ 7ଟା ସୁଦ୍ଧା ମୋଟ 6,74,835 ଜଣ ହିତାଧିକାରୀଙ୍କ ଟିକାକରଣ କରାଯାଇଛି । ବିଗତ 24 ଘଣ୍ଟାରେ 3860 ସେସନରେ 2,20,786ଜଣଙ୍କ ଟିକାକରଣ କରାଯାଇଛି । ଏ ପର୍ଯ୍ୟନ୍ତ ମୋଟ 11,720 ସେସନ୍ସ କରାଯାଇଛି ।
ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ 1,02 କୋଟି (10,245,741) କିଛି ଦିନ ତଳେ ମୋଟ ସୁସ୍ଥଙ୍କ ସଂଖ୍ୟା ସକ୍ରିୟ କରୋନା ମାମଲା ତୁଳନାରେ 1କୋଟି ଅଧିକ ହୋଇସାରିଛି । ଏବେ ଏହି ପାର୍ଥକ୍ୟ 10,048,540 ହୋଇଛି । ସୁସ୍ଥ ହାର ଆଜି 96.70%କୁ ବୃଦ୍ଧି ପାଇଛି । ଦୈନିକ କରୋନା ମାମଲାରୁ ସୁସ୍ଥଙ୍କ ସଂଖ୍ୟା ପଛରେ ପକାଉଥିବାରୁ ଏହି ପାର୍ଥକ୍ୟ ବୃଦ୍ଧି ପାଇଚାଲିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ 80.43% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 4516 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 4296 ଏବଂ କର୍ଣ୍ଣାଟକରେ 807 ଜଣ ସୁସ୍ଥ ହୋଇଛନ୍ତି ।
ନୂଆ କରୋନା ମାମଲା ମଧ୍ୟରୁ 79.2% ଆସିଛନ୍ତି ସାତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗୋଟିଏ ଦିନରେ ସର୍ବାଧିକ 6186 ଜଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରେରେ 2294 ଜଣ ଚିହ୍ନଟ ହୋଇଛନ୍ତି ।
ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଆଜି 162 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 71.6% ମୃତ୍ୟୁ ହୋଇଛି ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ।
ମହାରାଷ୍ଟ୍ରରେ ସର୍ବାଧିକ 50 ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ 26 ଓ ପଶ୍ଚିମବଙ୍ଗରେ 11 ଜଣଙ୍କ ମୃତ୍ୟୁ ହୋଇଛି ।