-
କୌଣସି ରାଜ୍ୟରେ ଏଇଏଫଆଇର ମାତ୍ରାଧିକ /ଗୁରୁତର ଘଟଣାର ଖବର ନାହିଁଦେ
ଚତୁର୍ଥ ଦିନରେ ସନ୍ଧ୍ୟା 6ଟା ସୁଦ୍ଧା ସାରା ଦେଶରେ ମୋଟ 1,77,378ଜଣଙ୍କୁ କୋଭିଡ-19 ପ୍ରତିଷେଧକ ଟିକା ଦିଆ ଯାଇଥିଲା । ଆଜି ବିଳମ୍ବିତ ରାତ୍ରି ସୁଦ୍ଧା ଏହାର ଚୂଡ଼ାନ୍ତ ରିପୋର୍ଟ ସଂପୂର୍ଣ୍ଣ ହେବ ।
ଏବେସୁଦ୍ଧା ମାତ୍ର ମୋଟ ନଅଜଣ ଏଇଏଫଆଇଙ୍କୁ ଟିକାକରଣ ପରେ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି । ଦିଲ୍ଲୀରେ ଏଭଳି ତିନିଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡିସଚାର୍ଜ କରାଯାଇସାରିଛି । ତେବେ ଶାହାଦରାସ୍ଥିତ ରାଜୀବ ଗାନ୍ଧୀ ହସପିଟାଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରଖାଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ଉତ୍ତରାଖଣ୍ଡରେ ନଜରକୁ ଆସିଥିବା ଜଣେ ଏଇଏଫଆଇଙ୍କୁ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଛାଡ଼ିଦିଆଯାଇଛି । ସେହିଭଳି କର୍ଣ୍ଣାଟକରେ ଜଣେ ଏହିଭଳି ଜଣେ ଟିକାଗ୍ରହଣକାରୀଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବାବେଳେ ଅନ୍ୟ ଜଣେ ଟିକା ଗ୍ରହଣକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାଙ୍କୁ ଚିତ୍ରଦୁର୍ଗ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ରାଜସ୍ଥାନରେ ଏଭଳି ଜଣେ ଟିକାଗ୍ରହଣକାରୀ ଆନାଫାଇଲାକ୍ସିସ୍ ବୋଲି ସନ୍ଦେହ କରାଯାଉଛି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ଏବେ ତାଙ୍କୁ ବଙ୍ଗର ଜିଲ୍ଲା ହସପିଟାଲରେ ଡାକ୍ତରଙ୍କ ହେପାଜତରେ ରଖାଯାଇଛି ।